30.1 C
Bhubaneswar
Saturday, September 28, 2024
Homeଅପରାଧମାନସ ସ୍ୱାଇଁ ହତ୍ୟା ମାମଲା; ଦୟାଲ ଆଶ୍ରମର କେୟାର୍‌ଟେକର୍ ଦେଲେ ବୟାନ

ମାନସ ସ୍ୱାଇଁ ହତ୍ୟା ମାମଲା; ଦୟାଲ ଆଶ୍ରମର କେୟାର୍‌ଟେକର୍ ଦେଲେ ବୟାନ

ଭଦ୍ରକ: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ହତ୍ୟା ମାମଲାର ଚତୁର୍ଥ ସାକ୍ଷୀ ଭାବରେ ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ ଓରଫ ସୋନି ଆଜି କୋର୍ଟରେ ଉପସ୍ଥିତ ରହି ତାଙ୍କ ବୟାନ ପ୍ରଦାନ କରିଛନ୍ତି । ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ କ୍ରାଇମ ବ୍ରାଞ୍ଚ କରି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାର ସହଯୋଗୀ ଝୁନା ରାଉତ,ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ନିରଞ୍ଜନ ସେଠି ପ୍ରମୁଖ ଏବେ ଭଦ୍ରକ ଉପ କାରାଗାରରେ ଅଛନ୍ତି । ଏହି ସ୍ପର୍ଶକାତର ମାମଲାତି ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଆଦାଲତରେ ବିଚାରାଧୀନ ଅଛି । ଆଜି ଚତୁର୍ଥ ସାକ୍ଷୀ ଭାବରେ କ୍ରାଇମ୍ ବ୍ରାଞ୍ଚ ତରଫରୁ କେୟାର ଟେକର ସରୋଜିନୀ ସେଠଙ୍କ ବୟାନ ନେବା ବେଳେ ସେ କହିଥିଲେ ଯେ ନିଜ ପାଇଁ ଚାକିରି ଖୋଜି ସେ ନୟାଗଡ଼ ରଣପୁରରୁ ଆସି ଭୁବନେଶ୍ୱର ଦୟାଲ ଆଶ୍ରମର ମାଲିକ ଶର୍ମିଷ୍ଠା ରାଉତଙ୍କ ଅଧୀନରେ ସେ ଚାକିରି କରିଥିଲା ।

୨୦୨୨ ମସିହା ଜାନୁଆରି ୨୨ ତାରିଖରେ ଛୁଟି ନେଇ ନିଜ ଘରକୁ ଯାଇଥିବା ସମୟରେ ଶର୍ମିଷ୍ଠାଙ୍କ ନିର୍ଦ୍ଦେଶ ମତେ ସେ ସେହି ମାସ ୨୯ ତାରିଖରେ ଫେରି ଆସିଥିଲା । ତାଙ୍କ ଆଶ୍ରମଠାରୁ କିଛି ଦୂରରେ ଥିବା ଶର୍ମିଷ୍ଠାର “ସମ୍ପୂର୍ଣ୍ଣା’ ନ୍ୟୁଜ ୱେବଚ୍ୟାନେଲ୍ କାର୍ଯ୍ୟାଳୟକୁ ସେ ଯାଏ । ସେଠାରେ ସେ ଶର୍ମିଷ୍ଠା, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ଅନ୍ୟମାନଙ୍କୁ ଅନେକ ସମୟରେ ଦେଖିଛି । ଥରେ ସେ ସେଠାକୁ ଯାଇଥିବା ସମୟରେ ମାନସ ସ୍ୱାଇଁ ତାଙ୍କ କ୍ୟାମେରା ଚିପ୍ କେମିତି ନ ଫେରାଇ ହଇରାଣ କରୁଛି ସେ କଥାବାର୍ତ୍ତା ହେଉଥିଲେ । ପରଦିନ ଦୟାଲ ଆଶ୍ରମକୁ ସମସ୍ତେ ଆସି ମାନସ ସହ ଭିଡିଓ କଲ କରି କଥା ହୋଇଥିଲେ । ସେ ଚାନ୍ଦବାଲି ଆସିଛି ଓ ତା’କୁ ଦଶ ହଜାର ଟଙ୍କା ନ ଦେଲେ ସେ କ୍ୟାମେରା ଚିପ୍ ଫେରାଇବ ନାହିଁ ବୋଲି କହିଲା । ତା’ପରେ ସେମାନେ ତାକୁ କେମିତି ଉଠାଇ ଚାନ୍ଦବାଲିରୁ ଆଣିବେ ବସି କଥା ହେଲେ । ଫେବୃଆରୀ ୭ ତାରିଖ ସେ କାମ ପାଇଁ ଶର୍ମିଷ୍ଠା ଘରକୁ ଯାଇଥିବା ବେଳେ ଶର୍ମିଷ୍ଠା ଘରେ ନ ଥିଲା ।

କିଛି ସମୟ ସେ ତା’ ଭାଉଜଙ୍କ ସହ କଥା ହେବା ଭିତରେ ଶର୍ମିଷ୍ଠା ଓ ଝୁନା ଭୋଇ ଆସି ପହଞ୍ଚି ଥିଲେ । ଶର୍ମିଷ୍ଠା ଭାଉଜ ପଚାରିବାରୁ ଝୁନା ଭୋଇ କହିଥିଲା ଯେ ସେମାନେ ରାତି ଅନିଦ୍ରା ହୋଇ ମାନସକୁ ଯାଇ ଖୋଜି ଆଣିଛନ୍ତି । ତାଙ୍କ ଭାଉଜ କହିଥିଲେ ଯେ ମାନସକୁ ଦେଖିବା ପାଇଁ ତେଣୁ ଝୁନା ଭୋଇ ଭିଡିଓ କଲ କରି ମାନସ ଏକ କାର ଭିତରେ ରାଜ ଓ ଅନ୍ୟ ଦୁଇ ଜଣଙ୍କ ସହ ବସି ଥିବା ସେ ଦେଖିଥିଲା । ତା’ ପରେ ସେ ଦୟାଲ ଆଶ୍ରାମକୁ ଫେରିଆସିଥିଲା ଓ ମାନସକୁ ମଧ୍ୟ ସେମାନେ ଆଶ୍ରମକୁ ନେଇ ଆସିଥିଲେ । ସେଠାରେ ମାନସକୁ ମାଡ଼ ମାରିବା ସହ କଲର ଧରି ଘୋଷାରି ନେଇ ଆଶ୍ରମ ଘର ଓପର ତାଲାରେ ଘରେ ପୁରେଇ ମାଡ଼ ମାରିଥିଲେ ଓ ତା’ ପକେଟରୁ ପର୍ସ ଓ ଏଟିଏମ୍ ନେଇ ଯାଇ ବାହାରୁ ଚାବି ପକାଇ ସମସ୍ତେ ପଳାଇ ଯାଇଥିଲେ । ପୁଣି ସନ୍ଧ୍ୟାରେ ସମସ୍ତେ ଆସି ମାନସକୁ ବାଉଁଶ ବାଡ଼ି ଓ ଏକ କାଠ ଫଳିଆରେ ନିର୍ମମ ଭାବରେ ପିଟି ଥିଲେ । ସେତେବେଳେ ସେ ତଳ ତାଲାରେ ବସି ଟି.ଭି. ଦେଖୁଥିଲା ।

ମାନସର ଚିତ୍କାର ଓ ତାକୁ ମାଡ଼ ମାରୁଥିବା ଶବ୍ଦ ସେ ଶୁଣିଥିବା ତା’ ବୟାନରେ କହି ଥିଲା । ମାନସକୁ ମାଡ଼ ମାରି ବାହାର ପାଖରୁ କବାଟ ବନ୍ଦ କରିଦେଇ ପଳାଇଯାଇଥିଲେ । ତା’ ପରଦିନ ସେ ସକାଳୁ ଉଠି ମାନସ ରହିଥିବା ରୁମକୁ ଯାଇ ତାକୁ ଦେଖିବାକୁ ପାଇ ନ ଥିଲା । ଘର ଓଳାଇବା ପାଇଁ ଯାଇଥିବାରୁ ସେଠାରେ କିଛି ଭଙ୍ଗା ବାଉଁଶ ଓ କାଠ ଫାଳିଆ ପାଇଥିଲା । ମାନସ ନିଜର ଠିକଣା ଓ ତାକୁ ଉଦ୍ଧାର କରିବାକୁ ସହାୟତା କରିବା ପାଇଁ ନିଜ ହାତରେ ଲେଖି ଏକ ଚିଠି ମଧ୍ୟ ପାଇଥିଲା । ପରେ ସେ ସବୁକୁ ସେ ଶର୍ମିଷ୍ଠାକୁ କହିବାରୁ ଶର୍ମିଷ୍ଠା ସେ ସବୁକୁ ଝରକା ବାହାରକୁ ଫିଙ୍ଗି ଦେଇଥିଲା । ଦୁଇ ଦିନ ପରେ ମିଡ଼ିଆ ଲୋକ ଯାଇ ପହଞ୍ଚିବାରୁ ସେ ଜାଣିବା ପାଇଁ ପାଇଥିଲା ମାନସ ମରିଯାଇଛି । ଆଜି ସମୟ ଅଭାବରୁ ତାଙ୍କୁ ଅଭିଯୁକ୍ତମାନଙ୍କ ଓକିଲ ଜେରା କରି ପାରି ନ ଥିଲେ । ଆସନ୍ତା ଅଗଷ୍ଟ ୨ ତାରିଖରେ ତାକୁ ଜେରା କରାଯିବା ପାଇଁ ତାରିଖ ଧାର୍ଯ୍ୟ ରହିଛି ବୋଲି ସରକାରୀ ଓକିଲ ପ୍ରଦୀପ କୁମାର ସାମାଲ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking