31.1 C
Bhubaneswar
Tuesday, October 8, 2024
Homeଓଡିଶାଆମେରିକାରୁ ଆସିବ ପୁଞ୍ଜି; ନିବେଶକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ପ୍ରତିନିଧିଦଳର ପ୍ରୟାସ

ଆମେରିକାରୁ ଆସିବ ପୁଞ୍ଜି; ନିବେଶକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ପ୍ରତିନିଧିଦଳର ପ୍ରୟାସ

ଇଲେକ୍ଟ୍ରୋନିକ୍ସ ଓ ସାଇବର ସିକ୍ୟୁରିଟି କମ୍ପାନୀ ପ୍ରତିନିଧିଙ୍କ ସହ ଆଲୋଚନା
ସାନମିନା କର୍ପୋରେସନ୍ ଓଡ଼ିଶାରେ ସ୍ଥାପନ କରିବ ପିସିବି ଉତ୍ପାଦନ ୟୁନିଟ୍
ପାଲୋ ଅଲ୍‌ଟ ନେଟୱାର୍କ୍ସ ସାଇବର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାରେ ସହଯୋଗ କରିବ
ଭୁବନେଶ୍ୱର,୨୬ା୭/ଏନ୍‌ଏନ୍‌ଏସ୍‌: ଆମେରିକାର ସିଲିକନ୍ ଭ୍ୟାଲିରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧି ଏକାଧିକ ଅଗ୍ରଣୀ ବ୍ୟବସାୟିକ ସଂଗଠନର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଦିନର ପ୍ରଥମ ବୈଠକରେ ଏହି ପ୍ରତିନିଧିଦଳ ସାନମିନା କର୍ପୋରେସନର ଉତ୍ପାଦନ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଏହାର ସହ-ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ତଥା ସିଇଓ ଜୁର ସୋଲା, ବରିଷ୍ଠ ଉପସଭାପତି ଡକ୍ଟର ସୁନ୍ଦର ଏମ କାମାଥ, ବରିଷ୍ଠ ଉପସଭାପତି ମାଇକେଲ ସ୍ପାରାସିନୋ ଏବଂ ଉପ ସଭାପତି ବିଲ୍ ପାପାନିଙ୍କୁ ଭେଟିଥିଲେ ।

ସାନମିନା କର୍ପୋରେସନ୍ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ (ପିସିପିଏସ)ର ସର୍ବବୃହତ୍ ଉତ୍ପାଦକ ଏବଂ ଏକ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ସେବା ପ୍ରଦାନକାରୀ ଯାହା ମୂଳ ଯନ୍ତ୍ରପାତି ଉତ୍ପାଦକ (ଓଇଏମ) ଅଟେ । ଓଡ଼ିଶା ପ୍ରତିନିଧିଦଳ ସାନମିନା ପ୍ରତିନିଧିଙ୍କ ସମ୍ମୁଖରେ ଓଡିଶାର ଶିଳ୍ପ ଇକୋସିଷ୍ଟମ ବିଷୟରେ ବିସ୍ତୃତ ଉପସ୍ଥାପନା କରିଥିଲେ ଏବଂ ଓଡିଶାର ବିଭିନ୍ନ ନୀତି ଅନୁଯାୟୀ ଉପଲବ୍ଧ ବିଭିନ୍ନ ପ୍ରୋତ୍ସାହନ ବିଷୟରେ ସୂଚନା ଦେଇଥିଲେ । ସାନମିନା ଟିମ୍ ସମର୍ଥନ ଏବଂ ଓଡ଼ିଶା ସରକାର କମ୍ପାନୀମାନଙ୍କୁ ପ୍ରଦାନ କରୁଥିବା ପ୍ରୋତ୍ସାହନ ରାଶି ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସାନମିଆ କମ୍ପାନୀର ଉତ୍ପାଦ ଏବଂ ବିସ୍ତୃତ ବିବରଣୀ ତଥା ବିସ୍ତାର ଯୋଜନା ସହିତ ଓଡିଶା ସରକାରଙ୍କ ପ୍ରତିନିଧିଦଳଙ୍କ ପାଇଁ ଏକ ଉପସ୍ଥାପନା କରାଯାଇଥିଲା । ଏହାସହ କମ୍ପାନୀ ଏହାର ବିଶ୍ୱ ଯୋଗାଣ ଆଧାରର ବିସ୍ତାର ଏବଂ ବିବିଧକରଣ ପାଇଁ ଭାରତ ପ୍ରତି ଅନୁକୂଳ ଦୃଷ୍ଟିରଖିଛି ବୋଲି କହିଛି ।

ଖୁବ୍‌ଶୀଘ୍ର ଓଡ଼ିଶା ସରକାରଙ୍କ ନିକଟରେ ଏକ ବିସ୍ତୃତ ପ୍ରସ୍ତାବ ଦାଖଲ କରିବା ନେଇ କମ୍ପାନୀ ନିଜର ଇଚ୍ଛା ପ୍ରକାଶ କରିଛି । ଓଡ଼ିଶା ପ୍ରତିନିଧିଦଳ ମଧ୍ୟ ପୁଞ୍ଜି ବିନିଯୋଗକୁ ସୁଗମ କରିବାରେ ସମସ୍ତ ସମ୍ଭାବ୍ୟ ସମର୍ଥନକୁ ସୁନିଶ୍ଚିତ କରିଛନ୍ତି ଏବଂ ନିବେଶ ଆକାର ଉପରେ ଆଧାରିତ ଉପଲବ୍ଧ ପ୍ରୋତ୍ସାହନଗୁଡ଼ିକର କଷ୍ଟୋମାଇଜ୍ ଏବଂ କ୍ୟୁରେଟେଡ୍ ପ୍ୟାକେଜ୍ ଉପରେ ଗୁରୁତ୍ୱ ଦେଇଛନ୍ତି । ପରେ ଓଡ଼ିଶା ପ୍ରତିନିଧିଦଳ ପାଲୋ ଅଲ୍ଟ ନେଟୱାର୍କ୍ସ ପରିସର ପରିଦର୍ଶନ କରି ମହାପ୍ରବନ୍ଧକ ଏବଂ ଏସଭିପି ଆନନ୍ଦ ଓସୱାଲ ଏବଂ ତାଙ୍କ ଟିମ୍‌ଙ୍କୁ ଭେଟିଛନ୍ତି । ପାଲୋ ଆଲ୍ଟୋ ନେଟୱାର୍କ ହେଉଛି ବିଶ୍ୱସ୍ତରୀୟ ଅଗ୍ରଣୀ ସାଇବର ସୁରକ୍ଷା ସଂସ୍ଥା । ଓଡିଶା ପ୍ରତିନିଧିଦଳ ତାଙ୍କୁ ରାଜ୍ୟର ନୀତି ଏବଂ ସରକାର ନେଇଥିବା ସାଇବର ସୁରକ୍ଷା ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି । ଓଡ଼ିଶା ପ୍ରତିନିଧିଦଳ ଏବଂ ପାଲୋ ଆଲ୍ଟୋ ଟିମ୍ ବିଭିନ୍ନ କ୍ଷେତ୍ରରେ ସହଯୋଗର ସୁଯୋଗ ଉପରେ ଆଲୋଚନା କରିଥିଲେ, ଯେଉଁଥିରେ ସାଇବର-ସୁରକ୍ଷା ଉତ୍କର୍ଷତା କେନ୍ଦ୍ର, ଓଡ଼ିଶାର ସାଇବର ସୁରକ୍ଷା ନୀତିର ବିକାଶରେ ସହାୟତା ଏବଂ ସ୍ୱୟଂଚାଳିତ ମାଧ୍ୟମରେ ଓଡ଼ିଶା ସାଇବର ସୁରକ୍ଷା ଅପରେସନ୍ ସେଣ୍ଟରକୁ ସହାୟତା କରିବା ଉପରେ ଆଲୋଚନା କରାଯାଇଥିଲା ।

ଓଡିଶାରେ ପ୍ରକୃତି ସଂରକ୍ଷଣ ପ୍ରୟାସକୁ ବୃଦ୍ଧି କରିବା ଏବଂ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ଅଭ୍ୟାସ ଗ୍ରହଣ କରିବା ପାଇଁ ଏହି ପ୍ରତିନିଧିଦଳ ବେଇକୋଟାରିୟମ୍‌ର ସଭାପତି ଏବଂ ସିଇଓ ଜର୍ଜ ଯେକବଙ୍କୁ ଭେଟିଥିଲେ । ଏହା ସାନ ଫ୍ରାନ୍ସିସ୍କୋର ସର୍ବ ବୃହତ ଜଳସ୍ରୋତ ସଂରକ୍ଷଣ ସଂଗଠନ ଏବଂ ବହୁ ଅନୁଷ୍ଠାନର ଏକ ମିଶ୍ରଣ, ବେ ଏରିଆ ଇକୋସିଷ୍ଟମର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଗୋଟିଏ ମିଶନ୍ ଅଧୀନରେ ମିଳିତ ଭାବେ କାର୍ଯ୍ୟ କରାଯାଉଛି । ଏହି ସମୟରେ ସହଯୋଗର ବିଭିନ୍ନ ସୁଯୋଗ ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ଏକ ଜୀବନ୍ତ ସାମୁଦ୍ରିକ ଜଳ ଆକ୍ୱାରମ(ଓସେନାରିୟମ୍‌) ଏବଂ ଏକ ସ୍ଥାୟୀ ଡିଜାଇନ୍ ସଂଗ୍ରହାଳୟ ପ୍ରତିଷ୍ଠା କରିବାରେ ସହାୟତା ଯୋଗାଇବା ପାଇଁ ବେଇକୋଟାରିୟମ ଲେଟର ଅଫ ଇଣ୍ଟେଣ୍ଡ ପ୍ରଦାନ କରିଛି । ଶାରୀରିକ ଏବଂ ଭର୍ଚୁଆଲ୍ ଫୁଟପ୍ରିଣ୍ଟର ମାପ ଏବଂ ପରିସର ଦୃଷ୍ଟିରୁ ଓସେନାରିୟମ୍ ଭିନ୍ନ ହେବ । ସ୍ଥାୟୀ ଡିଜାଇନ୍ ସଂଗ୍ରହାଳୟ ଓଡ଼ିଶାକୁ ଡିଜାଇନ୍ ଫେଷ୍ଟିଭାଲ୍ ପାଇଁ ଏକ ହବ୍ ହେବାକୁ ସକ୍ଷମ କରିବ । ଷ୍ଟାନଫୋର୍ଡ ୟୁନିଭରସିଟିରେ ଏକ ସଭାରେ ଓଡିଶା ପ୍ରତିନିଧିଦଳ ପ୍ରଫେସର ତଥା ରାମ୍ବସର ପ୍ରତିଷ୍ଠାତା ଡ. ମାର୍କ ହୋରୋୱିଜଙ୍କ ସହ ଆଲୋଚନା କରିଥିଲେ ।

ସେ ରାମବସ ପ୍ରତିଷ୍ଠା କରିଛନ୍ତି ଯାହା ଡିଜାଇନ, ବିକାଶ ଏବଂ ଚିପ୍ ଇଣ୍ଟରଫେସ୍ ଟେକ୍ନୋଲୋଜି ଲାଇସେନ୍ସ ପ୍ରଦାନ କରୁଛି ଏବଂ କମ୍ପାନୀକୁ ବିଶ୍ୱସ୍ତରୀୟ ରୂପାନ୍ତରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ପ୍ରତିନିଧିଦଳ ତାଙ୍କୁ ଓଡିଶାର ଓ-ଚିପ୍ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି, ଯେଉଁଥିରେ କମ୍ପାନୀ ଏବଂ ଷ୍ଟାର୍ଟ ଅପ୍ ମାନଙ୍କୁ ଭିତ୍ତିଭୂମି, ଡିଜାଇନ୍ ଏବଂ ତାଲିମ ସହାୟତା ପ୍ରଦାନ କରାଯିବ । ଶ୍ରୀ ହୋରୋଭିଜଙ୍କ ପରାମର୍ଶଦାତା ସମର୍ଥନ ରାଜ୍ୟରେ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ତଥା ଆଇପି ଉଦ୍ୟୋଗର ବିକାଶରେ ବହୁ ସାହାଯ୍ୟ କରିବ । ଏହି ପଦକ୍ଷେପଗୁଡିକ ଖୁବଶୀଘ୍ର ଓଡ଼ିଶାକୁ ସେମିକଣ୍ଡକ୍ଟର ଇନୋଭେସନ ପାଇଁ ଏକ ସମୃଦ୍ଧ ହବରେ ପରିଣତ କରିବ, ଯାହା ନିବେଶକୁ ଆକର୍ଷିତ କରିବ ଏବଂ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବ । ଓଡିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି ସଚିବ ଭି.କେ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking