26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶତେଜସ୍ୱୀଙ୍କ ଇସ୍ତଫା ଦାବିରେ ବିହାର ବିଧାନସଭାରେ ହଙ୍ଗାମା; ଚୌକି ଫିଙ୍ଗିଲେ ବିଜେପି ସଦସ୍ୟ

ତେଜସ୍ୱୀଙ୍କ ଇସ୍ତଫା ଦାବିରେ ବିହାର ବିଧାନସଭାରେ ହଙ୍ଗାମା; ଚୌକି ଫିଙ୍ଗିଲେ ବିଜେପି ସଦସ୍ୟ

ପାଟନା : ବିହାର ବିଧାନସଭା ମୌସୁମୀ ଅଧିବେଶର ଦ୍ୱିତୀୟ ଦିନ ମଙ୍ଗଳବାର ହଙ୍ଗାମା କାରଣରୁ ସ୍ଥଗିତ ହୋଇଛି । ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ବିଜେପି ସଦସ୍ୟମାନେ ଲ୍ୟାଣ୍ଡ୍ ଫର୍ ଜବ୍ ମାମଲାରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଇସ୍ତଫା ଦାବିରେ ହଙ୍ଗାମା କରିଥିଲେ । ଏହା ସହିତ ୱେଲ୍ ନିକଟରେ ପହଞ୍ଚି ହଙ୍ଗାମା କରିବା ସହିତ ଚୌକି ଫୋପଡ଼ା ଫିଙ୍ଗା କରିଥିଲେ । ହଙ୍ଗାମା ପରେ ଗୃହ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ଲ୍ୟାଣ୍ଡ୍ ଫର୍ ଜବ୍ ମାମଲାରେ ସିବିଆଇ ପକ୍ଷରୁ ଦାଖଲ ଚାର୍ଜସିଟ୍‌ରେ ତେଜସ୍ୱୀ ଯାଦବଙ୍କ ନାମ ଅଭିଯୁକ୍ତ ରୂପେ ସାମିଲ କରାଯାଇଛି । ଏହି ମାମଲାକୁ ନେଇ ବିଜେପି ଲଗାତାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଟାର୍ଗେଟ୍ କରିଆସୁଥିବା ବେଳେ ତେଜସ୍ୱୀଙ୍କ ଇସ୍ତଫା ଦାବି କରୁଛି । ଅନ୍ୟପକ୍ଷରେ ଇସ୍ତଫା ଦେବାକୁ ତେଜସ୍ୱୀ ମନା କରିଦେଇଛନ୍ତି । ସେ କହିଛନ୍ତି, ବିଜେପି ଭ୍ରଷ୍ଟାଚାରୀଙ୍କୁ ମାଳ ପିନ୍ଧାଇ ନିଜ ସହିତ ସାମିଲ କରୁଥିବା ବେଳେ ଜାଣିଶୁଣି ତାଙ୍କ ନାମ ଚାର୍ଜସିଟ୍‌ରେ ସାମିଲ କରାଯାଇଛି । ସେ କହିଛନ୍ତି, ବିଜେପିକୁ ବିହାରର ବିକାଶ ଏବଂ ବିହାରର ଲୋକଙ୍କ ଚିନ୍ତା ନାହିଁ । ମାମଲା ଯାହା ବି ହୋଇଥାଉ, ଗୃହକାର୍ଯ୍ୟ ଚାଲିବାକୁ ଦେବା ଉଚିତ । ହଙ୍ଗାମା ନାଁରେ ବିଜେପି ସଦସ୍ୟମାନେ ଚୌକି ଟେବୁଲ୍ ଭଙ୍ଗାରୁଜା କରୁଛନ୍ତି । ବିହାରବାସୀ ସବୁ ଦେଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking