28.1 C
Bhubaneswar
Friday, October 18, 2024
Homeଅପରାଧସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ

ଅହମ୍ମଦାବାଦ: ସହରର ଗୋତ୍ରୀ ଅଞ୍ଚଳର ଏକ ଆବାସିକ କଲୋନୀରେ ଆପାର୍ଟମେଣ୍ଟର ଷଷ୍ଠ ମହଲାରୁ ଏକ ଦମ୍ପତିଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଭଦୋଦରା ପୁଲିସ। ସୂଚନା ଅନୁଯାୟୀ, ଆଶିଷ ମାନେ ତାଙ୍କ ପତ୍ନୀ ଆରତୀଙ୍କୁ ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଦମ୍ପତିଙ୍କ ଅଢ଼େଇ ବର୍ଷର ଶିଶୁ ପୁତ୍ରକୁ ଆଶିଷଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉଭୟଙ୍କ ମୃତଦେହକୁ ଶନିବାର ଏସ୍‌ଏସ୍‌ଜି ଡାକ୍ତରଖାନାକୂ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମାମଲାର ତଦନ୍ତ କରୁଥିବା ଗୋତ୍ରୀ ପୁଲିସ କହିଛି ଯେ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଆରତୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହୋଇ ହୋଇଥିଲା ଏବଂ ତାଙ୍କ ହାତରେ ଗଳା କାଟିବାର ’ଚିହ୍ନ’ ଥିଲା। ସହରର ଏକ ବ୍ୟାଙ୍କରେ କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟ କରୁଥିବା ଆଶିଷ ସନ୍ଧ୍ୟା ୬ଟା ପରେ କାମ ସାରି ଘରକୁ ଫେରିବା ପରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଦମ୍ପତିଙ୍କ ପଡ଼ୋଶୀମାନେ ସାହାଯ୍ୟ ପାଇଁ ଫୋନ୍‌ କରିଥିବା ବେଳେ ପୁଲିସ କଣ୍ଟ୍ରୋଲ ରୁମ୍‌ରୁ ଗୋତ୍ରୀ ପୁଲିସକୁ ଫୋନ୍‌ କରାଯାଇଥିଲା। ଗୋତ୍ରୀ ଥାନା ଇନ୍‌ସପେକ୍ଟର ଏମ୍‌ କେ ଗୁର୍ଜର କହିଛନ୍ତି, ଦମ୍ପତିଙ୍କ ଶିଶୁପୁତ୍ର ପ୍ରତିଦିନ ସନ୍ଧ୍ୟାରେ ପଡ଼ୋଶୀଙ୍କ ଘରକୁ ଖେଳିବାକୁ ଯାଉଥିଲା। ସବୁଦିନ ଭଳି ପଡ଼ୋଶୀ ଶିଶୁଟିକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିବା ପାଇଁ ତାଙ୍କ ଫ୍ଲାଟ୍‌ ଭିତରକୁ ପ୍ରବେଶ କରିବା ବେଳେ ଆଶିଷଙ୍କୁ ଝୁଲନ୍ତା ଏବଂ ଆରତୀଙ୍କ ନିର୍ଜୀବ ମୃତଦେହ ଦେଖିବାକୁ ପାଇଥିଲେ। ପଡ଼ୋଶୀମାନେ ସଙ୍ଗେ ସଙ୍ଗେ ପୁଲିସକୁ ଫୋନ୍‌ କରିଥିଲେ। ପଡ଼ୋଶୀଙ୍କ କହିବା ଅନୁଯାୟୀ, ଆଶିଷଙ୍କ ସନ୍ଦେହଜନକ ସ୍ୱଭାବ ଯୋଗୁଁ ଦମ୍ପତିଙ୍କ ମଧ୍ୟରେ ବୈବାହିକ କଳହ ଲାଗି ରହିଥିଲା। ପଡ଼ୋଶୀମାନେ କହିଛନ୍ତି ଯେ ଆଶିଷ ଆରତୀଙ୍କୁ ଅବିଶ୍ୱାସ କରିବା ସହ ତାଙ୍କ ଚରିତ୍ରକୁ ସନ୍ଦେହ କରୁଥିବାରୁ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ସେ ତାଙ୍କ ପତ୍ନୀ ଓ ଶିଶୁକୁ ଘରେ ବନ୍ଦ କରି କାମକୁ ଯାଉଥିଲେ ଏବଂ ଘରକୁ ଫେରିବା ପରେ କେବଳ କବାଟ ଖୋଲୁଥିଲେ। ପଡ଼ୋଶୀଙ୍କ କହିବା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଝଗଡ଼ା ହେବାର କୌଣସି ସଙ୍କେତ ମିଳି ନଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking