ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ରାମକୃଷ୍ଣ ପୁରମ୍ ଅଞ୍ଚଳର ଆମ୍ବେଦକର ବସ୍ତିରେ ଦୁର୍ବୃତ୍ତ ମାନେ ଦୁଇଜଣ ମହିଳାଙ୍କୁ ଗୁଳି କରିଛନ୍ତି । ଆକ୍ରମଣକାରୀ ମାନେ ମହିଳାଙ୍କ ଉପରକୁ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି । ଏହି ଘଟଣାର ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଦିଲ୍ଲୀ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁସାରେ, ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଦକ୍ଷିଣ ଦିଲ୍ଲୀର ଆର.କେ ପୁରମରେ ଗୁଳି ବିନିମୟ ହୋଇଛି । ଆକ୍ରମଣକାରୀ ମାନେ ନିର୍ଭୟରେ ଦୁଇ ମହିଳାଙ୍ଗୁକୁ ଳି ଚଳାଇ ଘଟଣାସ୍ତଳରୁ ଫେରାର ହୋଇଯାଇଛନ୍ତି । ଆହତ ମହିଳାମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ସମୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।