31.1 C
Bhubaneswar
Friday, October 18, 2024
Homeଓଡିଶାଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ

ବାରିପଦା: ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ। ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା ଉପ ଜିଲ୍ଲାପାଳଙ୍କ ଅଫିସର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ରାମଚନ୍ଦ୍ର ସେନଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି ।

କୁଳିଅଣାରେ ପଢ଼ିଆରିପୁରରେ ରାମଚନ୍ଦ୍ର ସେନଙ୍କର ୪ ମହଲା କୋଠା ରହିଛି । ସେହିପରି ରଘୁନାଥଗଞ୍ଜରେ ତିନି ମହଲା କୋଠା ଥିବା ବେଳେ ସେଥିରେ ଫିଜିଓଥେରାପି କ୍ଲିନିକ ଚାଲିଛି । ବାରିପଦାରେ ଥିବା ତାଙ୍କର ଅଫିସ ରୁମ୍‌ ଓ ଶାମାଖୁଣ୍ଟା ସ୍ଥିତ ତହସିଲଦାରଙ୍କ ଅଫିସରେ ଥିବା ରାମଚନ୍ଦ୍ର ସେନଙ୍କ ପୁଅଙ୍କ ଅଫିସ ରୁମ୍‌ରେ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking