ପିପିଲି : ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗ୍ରାମରେ ଗୁରୁବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାନ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ହୋଇଛି । ପାରିବାରିକ ସମସ୍ୟାକୁ ନେଇ ବାପାକୁ ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ।
ମୃତକ ହେଲେ ସାନକଣ୍ଟି ଗ୍ରାମର ହୃଷିକେଶ ପ୍ରଧାନ (୬୧) । ପିପିଲି ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ ଟିମ ସହଯୋଗରେ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅ ମଦନ ମୋହନ ପ୍ରଧାନ ଓରଫ ଜିତୁ (୨୪) କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି କଡା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ଚିକିତ୍ସା କରାଉଥିବା ସୂଚନା ମିଳିଛି ।