30.1 C
Bhubaneswar
Tuesday, June 10, 2025
Homeଅପରାଧପରିବାରକୁ ଛାରଖାର କଲା ନିଶା; ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କଲା ସ୍ୱାମୀ

ପରିବାରକୁ ଛାରଖାର କଲା ନିଶା; ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କଲା ସ୍ୱାମୀ

ଅଗରତାଲା: ୮ମାସ ତଳେ ନାବାଳିକାକୁ ବିବାହ କରିଥିଲେ ଯୁବକ । ଅଗ୍ନିକୁ ସାଖି ରଖି ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିଲେ । ହେଲେ ସାତଜନ୍ମ ପାଇଁ ଦେଇଥିବା କଥା ଗୋଟିଏ ବର୍ଷ ମଧ୍ୟ ତିଷ୍ଠିଲା ନାହିଁ । ପରିବାରକୁ ଛାରଖାର କରିଦେଲା ନିଶା । ବିବାହ ପରଠାରୁ ନିଶା ସେବନ କରି ନାବାଳିକା ସ୍ତ୍ରୀକୁ ନିର୍ଯାତନା ଦେଉଥିଲା ସ୍ୱାମୀ । ହେଲେ ମଙ୍ଗଳବାର ସୀମା ଟପିଥିଲା ନିଶାସକ୍ତ ସଇତାନ ସ୍ୱାମୀ । ରକ୍ଷାକବଚରୁ ରାକ୍ଷାସ ପାଲଟି ଯାଇଥିଲା । ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କରି ଜଙ୍ଗଲରେ ଲୁଚାଇଥିଲା ପିଶାଚ । ଗତକାଲି ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ନାବାଳିକାର ୨ଖଣ୍ଡ ଶରୀରକୁ ଉଦ୍ଧାର କରିଛି ପୋଲିସ । ଉକ୍ତ ମୃତ ମହିଳା ହେଲେ ତନୁଜା ବେଗମ ।

ତନୁଜାଙ୍କ ଭାଇଙ୍କ କହିବା ଅନୁସାରେ, ୧୫ବର୍ଷୀୟ ତନୁଜା ବେଗମ ୮ମାସ ପୂର୍ବେ କାଏଲ ମିଆକୁ ବିବାହ କରିଥିଲେ । କିନ୍ତୁ ବୈବାହିକ ଜୀବନରେ ଖୁସି ନଥିଲା । ତନୁଜା ନିଖୋଜ ରହିଛି ବୋଲି ଶୁକ୍ରବାର ଦିନ ମାଆ ଜାଣିବାକୁ ପାଇଥିଲେ । ଏହାପରେ ସେ ତନୁଜା ରହୁଥିବା ମୁସଲିମପରା ଅଞ୍ଚଳରୁ ଆସିଥିଲେ । କିନ୍ତୁ ସେଠାରେ ଝିଅକୁ ପାଇନଥିଲେ । ଘରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ । ରକ୍ତ ଦେଖି ଧୌର୍ଯ୍ୟହରା ହୋଇ କାନ୍ଦିଥିଲେ । ଏହାପରେ ଝିଅକୁ ଖୋଜିବା ପାଇଁ ସ୍ଥାନୀୟ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ କ୍ରମେ ଏସଡିପିଓ ଆଶିଷ ଦାସଗୁପ୍ତା କାଏମ ମିଆକୁ ଖୋଜିବା ପାଇଁ ଏକ ଟିମ ଗଠନ କରିଥିଲେ । କିଛି ଘଣ୍ଟା ପରେ ଜଙ୍ଗଲରୁ ତାଙ୍କୁ ଠାବ କରାଯାଇଥିଲା । ଏନେଇ ପୋଲିସ ସୁପରିଟେଣ୍ଡେଣ୍ଟ ରମେଶ ୟାଦବ କହିଛନ୍ତି, “ତନୁଜାଙ୍କୁ ମିଆ ମଙ୍ଗଳବାର ରାତିରେ ହିଁ ଦୁଇଖଣ୍ଡ କରିଦେଇଥିଲା ।

ଏହାପରେ ଦୁଇ ଖଣ୍ଡ କରି ବେଗରେ ଭର୍ତ୍ତି କରିଥିଲା । ଗୋଟିଏ ବ୍ୟାଗରେ ମୁଣ୍ଡ ଏବଂ ଅନ୍ୟ ଏକ ବ୍ୟାଗରେ ଗଣ୍ଡିକୁ ଭର୍ତ୍ତି କରି ଜଙ୍ଗଲକୁ ନେଇଥିଲା । ପୋଲିସ ଜଙ୍ଗଲରୁ ୨ଟି ବ୍ୟାଗ ଜବତ କରିଛି ।  ଅନ୍ୟପଟେ ଏହି ଘଟଣାକୁ ନେଇ ଏସପି କହିଛନ୍ତି,”ଅଭିଯୋଗର କିଛି ଘଣ୍ଟା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଛି । ଆମେ ତାକୁ ପଚରାଉଚରା କରିବା ସହ ଅଧିକ ତଥ୍ୟ ଆଦାୟ କରିବା ପାଇଁ ଚେଷ୍ଟା କରୁଛୁ । ଏହାସହ ଏହି ଅପରାଧରେ ଆଉ କିଏ ସାମିଲ ଅଛି ତାକୁ ମଧ୍ୟ ଖୋଜିବା ପାଇଁ ପ୍ରୟାସ ଚଲାଇଛୁ ।” ପ୍ରକାଶଥାଉକି, ତନୁଜାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ତାଙ୍କ ଏରିଆକୁ ଯାଇ ତନାଘନା କରିଥିଲେ । ଏହି ସମୟରେ ତନୁଜାଙ୍କ ପଡୋଶୀ କହିଥିଲେ, “ମିଆ ସବୁଦିନ ଡ୍ରଗ୍ସ ସେବନ କରେ । ସେ ବାହାଘର ଠାରୁ ଡ୍ରଗ୍ସ ଖାଇ ସ୍ତ୍ରୀକୁ ନିର୍ଯାତନା ଦେଉଥିଲା । ତେବେ ନିଶା ସେବନ କରି ଏଭଳି କରିଥିବା ଆମେ ଆଶଙ୍କା କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking