ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ସାଂସଦ ରାଘବ ଚଡ୍ଡାଙ୍କ ନିର୍ବନ୍ଧ ଶେଷ ହୋଇଛି । ଖୁବଶୁଘ୍ର ଏହି ପ୍ରେମ ପକ୍ଷୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଚଳିତ ବର୍ଷ ଶେଷ ସୁଧା ଏମାନଙ୍କ ବିବାହ ହେବ ବୋଲି ଜଣାପଡିଛି । ବିବାହକୁ ନେଇ ଉଭୟଙ୍କ ଘର ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।
ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ ,ତେବେ ଚଳିତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ବିବାହ କରିବାକୁ ଯୋଜନା କରିଛନ୍ତି । ତେବେ ପରିଣିତି ବିବାହରେ ମନୀଷ ମଲହୋତ୍ରାଙ୍କ ଲେହେଙ୍ଗା ପିନ୍ଧିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । କାହିଁକିନା, ସେ ନିକଟରେ ମନୀଷ ମଲହୋତ୍ରାଙ୍କ ଘରକୁ ଯାଇଥିବା ଦେଖିବାକୁ ମିଳିଥିଲା ।