29.1 C
Bhubaneswar
Friday, January 24, 2025
Homeଓଡିଶାମହାନଦୀ ଜଳବିବାଦ; ଚିଲିକା ମୁହାଣ ସ୍ଥିତି ପରଖିଲେ ଟ୍ରିବ୍ୟୁନାଲ ଟିମ୍

ମହାନଦୀ ଜଳବିବାଦ; ଚିଲିକା ମୁହାଣ ସ୍ଥିତି ପରଖିଲେ ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ୱର: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ପକ୍ଷରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍ ଖାନ୍‌ୱିଲକର୍‌ଙ୍କ ନେତୃତ୍ୱରେ ଟିମ୍ ଚିଲିକା ମୁହାଣର ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଏଥିରେ ପାଟନା ହାଇକୋର୍ଟର ବିଚାରପତି ଡକ୍ଟର ରବି ରଞ୍ଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦରମିତ କୌର କୋଚ୍ଚର ସାମିଲ ଅଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟ ସମୁଦ୍ର ଓ ଦିଗନ୍ତବିସ୍ତାରୀ ନିଲାମ୍ବୁ ଚିଲିକାର ମଧ୍ୟରେ ଥିବା ମୁହାଣର ସ୍ଥିତି କ’ଣ ରହିଛି, ଜଳାଭାବରୁ ହ୍ରଦ ପୋତିହୋଇଯାଉଛି କି, ଚିଲିକାର ଜୈବ ବିଭିଦତା କିଭଳି ପ୍ରଭାବିତ ହୋଇଛିି ଏବଂ ଜୀବନ ଜୀବିକା ଉପରେ ତାର କେଉଁ ପ୍ରଭାବ ପଡ଼ିଛି ଏସବୁର ବିସ୍ତୃତ ରିପୋର୍ଟ ସଂଗ୍ରହ କରିଛନ୍ତି ।

 ମିଳିଥିବା ସୂଚନାନୁସାରେ ଦ୍ୱିତୀୟ ପର୍ଯ୍ୟାୟ ଦଶ ଦିନିଆ କ୍ଷେତ୍ର ପରିଦର୍ଶନରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ପଶ୍ଚିମ ଓଡ଼ିଶାରେ ହୀରାକୁଦ ସହ କିଛି ଡ୍ୟାମ ଓ ନଦୀର ସ୍ଥିତି ତନଖି ଶେଷ କରି ଉପକୂଳ ଓଡ଼ିଶାରେ ବିଭିନ୍ନ ନଦୀ ଓ ଜଳ ଉତ୍ସର ସ୍ଥିତି ପରଖିବା ଆରମ୍ଭ କରିଛନ୍ତି । ଶନିବାର ଚିଲିକାରେ ପହଞ୍ଚିଲେ ଟିମ ସଦସ୍ୟ ସାତପଡ଼ାରୁ ମୀର୍ଜାପୁର ଯାଇଥିଲେ । ପରେ ସେଠାରୁ ବୋଟ୍ ଯୋଗେ ଚିଲିକା ମୁହାଣକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରଛନ୍ତି । ୩୨ଜଣିଆ ସମସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲ ସଦସ୍ୟଙ୍କ ସହ ଜଳସମ୍ପଦ ବିଭାଗର ଅଧିକାରୀ, ବୈଷୟିକ ଟିମ୍‌, ଉଭୟ ଓଡ଼ିଶା ଓ ଛତିଶଗଡ଼ର ଆଇନ ବିଶେଷଜ୍ଞମାନେ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି । ଏଥିରେ ପୁରୀ ଜିଲ୍ଲାପାଳ ସାମିଲ ଅଛନ୍ତି ।

 ଟ୍ରିବ୍ୟୁନାଲ ଟିମ୍ ୨୮ ପର୍ଯ୍ୟନ୍ତ ତିନି ଦିନ ଧରି ଉପକୂଳ ଓଡ଼ିଶାରେ କଟକ,ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ଭ୍ରମଣ କରି ରିପୋର୍ଟ ସଂଗ୍ରହ କରିବେ । ନରାଜ ଓ ମୁଣ୍ଡୁଳୀ ବ୍ୟାରେଜ୍‌ରେ ଜଳ ଧାରା କେତେ କମିଛି ଦେଖିସାରିଛନ୍ତି । ଏହି ଅବସରରେ ସାତପଡ଼ାରେ ଥିବା ସିଡିଏ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲି ଦେଖିବା ସହ ଗବକୁଣ୍ଡ ଜେଟିକୁ ଯାଇ ସ୍ଥିତି ପରଖିଛନ୍ତି । ଏବେ ଚିଲିକା ତନଖି ପରେ ଅଂଶୁପା ହ୍ରଦ ସହ ଦୟା, ଭାର୍ଗବୀ ଓ କୋଣାର୍କ ଠାରେ କୁଶଭଦ୍ରା ନଦୀର ମୁହାଣ ଦେଖିବେ ।

ଉଲ୍ଲେଖନୀୟ ଯେ, ଗତ ମଇ ୨୦ରେ ଟ୍ରିବ୍ୟୁନାଲର ଟିମ୍ ହୀରାକୁଦ ଡ୍ୟାମ୍ ଅଞ୍ଚଳ ଓ ମହାନଦୀ ଆୟକଟ୍ ଅଞ୍ଚଳ ପରିଦର୍ଶନ କରି ପ୍ରାରମ୍ଭିକ ରିପୋର୍ଟ ସଂଗ୍ରହ କରିଥିଲେ । ଏହା ପରେ ନୂଆପଡ଼ା ଜିଲ୍ଲା ଗସ୍ତ କରି ସେମାନେ ସାଇପଲ୍ ଡ୍ୟାମ୍ ଓ ଅପର୍ ଜଙ୍କ୍ ଡ୍ୟାମ୍‌ର ସ୍ପିଲ ସାଇଟ୍ ବୁଲି ଦେଖିଥିଲେ । ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବା ଯୋଗୁଁ ଉକ୍ତ ଦୁଇ ଡ୍ୟାମ୍ କେତେଦୂର ପ୍ରଭାବିତ ହୋଇଛି ତାହାର ସ୍ଥିତି ବି ପରଖିôଥିଲେ । ୨୪ରେ ସେମାନେ ଅନୁଗୁଳ ଗସ୍ତ କରି ସାତକୋଶିଆ ଗଣ୍ଡ ସ୍ଥିତି ଦେଖିଥିଲେ । ପରେ କଟର ମୁଣ୍ଡୁଳି ଓ ନରାଜ ଦେଖିବା ସହ ଭୁବନେଶ୍ୱର ପହଞ୍ଚି ସେଠାରୁ ପୁରୀ ଜିଲ୍ଲା ଗସ୍ତ କରିଥିଲେ । ଗସ୍ତ ଶେଷରେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ରିପୋର୍ଟ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking