14.1 C
Bhubaneswar
Friday, January 10, 2025
Homeଖେଳଆଜି ଲକ୍ଷ୍ନୌ-ମୁମ୍ବାଇ ଏଲିମିନେଟର୍‌

ଆଜି ଲକ୍ଷ୍ନୌ-ମୁମ୍ବାଇ ଏଲିମିନେଟର୍‌

ଚେନ୍ନାଇ: ବୁଧବାର ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଓ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଠାକାର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ଠାରେ ଏଲିମିନେଟର୍ ଖେଳାଯିବ । ଏହି ମ୍ୟାଚ୍‌ର ବିଜେତା ଟିମ୍ ଆସନ୍ତା ୨୬ ତାରିଖରେ କ୍ୱାଲିଫାୟର୍‌-୧ର ପରାଜିତ ଟିମ୍‌କୁ ଭେଟିବ । ଅନ୍ୟପକ୍ଷରେ ଯେଉଁ ଦଳ ପରାଜୟ ବରଣ କରିବ, ତାକୁ ପ୍ରତିଯୋଗିତାରୁ ବିଦାୟ ନେବାକୁ ପଡ଼ିବ । ଗତ ସଂସ୍କରଣରେ ମୁମ୍ବାଇ ତା’ର ସବୁଠାରୁ ଖରାପ ପ୍ରଦର୍ଶନ ପୂର୍ବକ ଅନ୍ତିମ ସ୍ଥାନରେ ରହିଥିଲେ ହେଁ ଚଳିତ ବର୍ଷ ଦଳର ବ୍ୟାଟିଂ ଲାଇନ୍ ଏହାକୁ ଅନ୍ତିମ ୪ ଦଳରେ ସାମିଲ୍ କରିପାରିଛି ।

ଅବଶ୍ୟ ଦଳ ନାଟକୀୟ ଢଙ୍ଗରେ ପ୍ଲେଅଫ୍‌ରେ ସାମିଲ୍ ହୋଇଛି । କାରଣ ଅନ୍ତିମ ଲିଗ୍‌ରେ ଏହାକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ଠାରୁ ଚାଲେଞ୍ଜ୍ ମିଳିଥିଲା । କିନ୍ତୁ ଗୁଜରାଟ ଟାଇଟାନ୍ସ ବିଜୟୀ ହେବା ଫଳରେ ବାଙ୍ଗାଲୋର୍ ଟିମ୍ ବିଦାୟ ନେଇଥିଲା ଓ ମୁମ୍ବାଇ ପ୍ଲେଅଫ୍‌କୁ ଉନ୍ନୀତ ହୋଇଥିଲା । କିନ୍ତୁ ଏହା ଦଳର ଖେଳାଳିମାନଙ୍କ ଆତ୍ମବିଶ୍ୱାସକୁ ବହୁଗୁଣିତ କରିିଛି ଯାହାକି ଲକ୍ଷ୍ନୌ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଅଧିନାୟକ ରୋହିତ ଶର୍ମା ସଂସ୍କରଣରେ ନିରାଶ କରିଥିଲେ ମଧ୍ୟ ଅନ୍ତିମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିଛନ୍ତି ।

ସେହିପରି କ୍ୟାମେରନ୍ ଗ୍ରୀନ୍‌ଙ୍କ ଶତକ ଦଳର ଶୀର୍ଷକ୍ରମ ବ୍ୟାଟିଂ ଲାଇନ୍‌ର ଦୃଢ଼ତାକୁ ପ୍ରତିପାଦିତ କରିପାରିଛି । ଅନ୍ୟପକ୍ଷରେ ଅଧିନାୟକ ଲୋକେଶ ରାହୁଲ୍ ସଂସ୍କରଣ ଅଧାରୁ ଆଘାତଜନିତ କାରଣରୁ ବିଦାୟ ନେଇଥିଲେ ହେଁ କୃନାଲ୍ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲକ୍ଷ୍ନୌ ପ୍ଲେଅଫ୍‌ରେ ପହଞ୍ଚିପାରିଛି । ଦଳ ପାଇଁ ମୁମ୍ବାଇ ବ୍ୟାଟିଂଲାଇନ୍‌କୁ ରୋକିବା ନିଶ୍ଚିତ ଭାବେ ସବୁଠାରୁ ବଡ଼ ଚାଲେଞ୍ଜ୍ ହେବ । ଏଥିରେ ଲେଗ୍‌-ସ୍ପିନର୍ ରବି ବିଷ୍ଣୋଇଙ୍କର ସବୁଠାରୁ ବଡ଼ ଭୂମିକା ରହିବ ।

କାରଣ ବିଷ୍ଣୋଇ ଅଦ୍ୟାବଧି ୧୪ଟି ମ୍ୟାଚ୍ ଖେଳି ଦଳ ପାଇଁ ସର୍ବାଧିକ ୧୬ଟି ୱିକେଟ୍ ନେଇସାରିଛନ୍ତି । ଏହାଛଡ଼ା ନବୀନ୍‌-ଉଲ୍‌-ହକ୍ ଓ ଅଭେଶ ଖାନ୍‌ଙ୍କ ସହ ଅଧିନାୟକ କୃନାଲ୍‌ଙ୍କୁ ମଧ୍ୟ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇବାକୁ ପଡ଼ିବ । ସେହିପରି ବ୍ୟାଟିଂରେ ମାର୍କସ୍ ଷ୍ଟୋଇନିସ୍ ୧୪ ମ୍ୟାଚ୍‌ରେ ୩୬୮ ରନ୍ କରି ଦଳର ପ୍ଲେଅଫ୍ ଯୋଗ୍ୟତା ହାସଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏହାଛଡ଼ା ଦଳକୁ ଆଗକୁ ବଢ଼ିବାକୁ ହେଲେ କାଇଲ୍ ମାୟେର୍ସ (୩୬୧ ରନ୍‌) ଓ ନିକୋଲାସ୍ ପୂରନ୍ (୩୫୮ ରନ୍‌)ଙ୍କୁ ମଧ୍ୟ ସେମାନଙ୍କ ଫର୍ମ ଜାରି ରଖିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking