ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏସ ଏସ୍ ରାଜାମୌଲୀଙ୍କ ବ୍ଲକବଷ୍ଟର ଆରଆରଆର ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିଥିବା ଅଭିନେତାଙ୍କ ମୃତ୍ୟୁ । ଆରପାରିରେ ଅଭିନେତା ‘ରେ ଷ୍ଟିବନସନ୍ । ୫୮ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ତେବେ ଗତ ୩ଦିନ ତଳେ ସେ ତାଙ୍କର ଜନ୍ମଦିନ ପଳନ କରିଥିଲେ ।
ରେ ରେ ଷ୍ଟିବନସନ୍ ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୟରେ ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ । ଖାଲି ସେତିକି ନୁହେଁ, ଏହି ଫିଲ୍ମ ମଧ୍ୟ ସାରା ଦୁନିଆରେ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁପାରିଥିଲା । ତେବେ ଆରଆରଆର ଫିଲ୍ମ ସହିତ ଷ୍ଟିବନସନ୍ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୧୯୬୪ ମସିହା ମେ ମାସ ୨୫ ତାରିଖରେ ଆର୍ଯଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିବା ଷ୍ଟିବନସନ୍ ୧୯୯୦ ବେଳକୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ।
ସେତେବେଳେ ସେ ୟୁରୋପୀୟ ଫିଲ୍ମୀ ଓ ସିରିଜରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମୀ କରିଥିଲେ । ଯାହାର ନାମ ଥିଲା ‘ଦ ଥିଓରୀ ଅଫ୍ ଫ୍ଲାଇଟ୍’ । ଏହାପରେ ପରେ ସେ କିଙ୍ଗ୍ ଆର୍ଥର, ‘ଦ ବୁକ୍ ଅଫ୍ ଏଲୀ’ ଏବଂ ‘ଦ ଅଦର ଗାଏ’ ଭଳି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ ।