ଭୁବନେଶ୍ୱର: ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚକେଇସିଆଣି ଅଞ୍ଚଳର ରାଧା ଗୋବିନ୍ଦ ଦାସ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ରାଧା ଗୋବିନ୍ଦ ଗତ ତା ୧୦.୧୦.୨୦୨୧ ରିଖରେ ସମୁଦାୟ ୯୬,୦୦୦/- ଟଙ୍କାର ୩୦୦ ବସ୍ତା ସିମେଣ୍ଟ ଦିଲୀପଙ୍କର ଏସ.ଡି ଏନ୍ଟରପ୍ରାଇଜର୍ସରୁ ଦେବସ୍ମିତା ଟ୍ରେଡର୍ସ ନାମରେ ୯୬,୦୦୦/- ଟଙ୍କାର ଏକ ଚେକ ଦେଇ ନେଇଥିଲେ ।
ପରବର୍ତ୍ତୀ ସମୟରେ ଦିଲୀପ ଉକ୍ତ ଚେକ ଟିକୁ ବ୍ୟାଙ୍କରେ ଜମା କରିବା ପରେ ତାହା ଦସ୍ତଖତ ଭିନ୍ନ ହେତୁ ଫେରସ୍ତ ହୋଇଯାଇଥିଲା । ବାରମ୍ବାର ଅନୁରୋଧ ପରେ ରାଧା ଗୋବିନ୍ଦ ନଗଦ ଆକାରରେ ୨୦ ହଜାର ଟଙ୍କା ଦେଇଥିଲେ ଏବଂ ପରେ ବଳକା ଟଙ୍କା ଦେବା ପାଇଁ ଦିନ ଗଡାଇ ଚାଲିଥିଲେ । ମଞ୍ଚେଶ୍ୱର ପୁଲିସ ମାମଲାର ତଦନ୍ତ କରି ଆଜି ଅଭିଯୁକ୍ତ ରାଧା ଗୋବିନ୍ଦଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ସେ ନିଜର ଦୋଷ ସ୍ୱୀକାର କରିଥିଲେ ।