28.1 C
Bhubaneswar
Friday, October 18, 2024
Homeଓଡିଶାଅନ୍ୟର ଆଧାରକାର୍ଡରେ ଉଠାଇନେଲେ ୧୨ଲକ୍ଷ ଋଣ; ୩ ଜଣଙ୍କୁ ବାନ୍ଧିଲା ପୁଲିସ

ଅନ୍ୟର ଆଧାରକାର୍ଡରେ ଉଠାଇନେଲେ ୧୨ଲକ୍ଷ ଋଣ; ୩ ଜଣଙ୍କୁ ବାନ୍ଧିଲା ପୁଲିସ

କଟକ: ବିନା ଅନୁମତିରେ ଅନ୍ୟ ଜଣଙ୍କର ଆଧାରକାର୍ଡକୁ ଦେଖାଇ ବଜାଜ୍ ଫାଇନାସ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଋଣ କରିଥିବା ଅଭିଯୋଗରେ ଆଜି ମଧୁପାଟଣା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ବଜାଜ ଫାଇନାସ୍ ଲିମିଟେଡ୍‌ର କର୍ମଚାରୀ ଥୋରିଆ ସାହିର ବିନୋଦ କୁମାର ସାହୁ , ଅର୍ପିତା ଏଣ୍ଟରପ୍ରାଇଜର୍ସ ମାଲିକ ଉପର ତେଲେଙ୍ଗା ବଜାରର ଅଙ୍କିତ ଜେନା ଓ ପପୁ ଇଣ୍ଟରରିଅର ଡିଜାଇନର ଲିମିଟେଡ୍‌ର ମାଲିକ ତୁଳସୀପୁର ମଠସାହିର ସତ୍ୟନାରାୟଣ ମହାରଣା ।

ତେବେ ଏହିି କଳାକାରବାରରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଦାଣ୍ଡିଆ ଅଞ୍ଚଳର ରଶ୍ମୀରଞ୍ଜନ ଚୌଧୁରୀ ଫେରାର୍ ହୋଇଯାଇଛି । ତାକୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ପ୍ରବୀର ବାରିକଙ୍କ ଫଟୋ ଓ ଅଧାରକାର୍ଡ ଦେଖାଇ ତାଙ୍କ ନାମରେ ବଜାଜ୍ ଫାଇନାସ୍ କମ୍ପାନୀରୁ ଅଭିଯୁକ୍ତମାନେ ତଞ୍ଚକତା କରି ପ୍ରଥମେ ୪୩ ହଜାର ଓ ପରେ ୫୬ହଜାର ଟଙ୍କା ଉଠାଇନେଇଥିଲେ ।

ଏବାବଦରେ ପ୍ରବୀରଙ୍କୁ ଅଭିଯୁକ୍ତମାନେ ଜଣାଇ ନଥିଲେ । ତେବେ ଏ ସଂକ୍ରାନ୍ତରେ ପ୍ରବୀର ଜାଣିପାରି ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ପୁଲିସ ତଦନ୍ତକରି ଜାଣିପାରିଥିଲା ଯେ ବିନୋଦ ବଜାଜ ଫାନାନ୍ସ କମ୍ପାନୀରେ କାର୍ଯ୍ୟକରୁ ଥିବାରୁ ଲୋନ୍ କିପରି କରିହେବ ତାହା ସେ ଜାଣିଥିଲା । ଏଣୁ ସମସ୍ତ ଅଭିଯୁକ୍ତ ପ୍ରବୀରଙ୍କ ଅଧାରକାର୍ଡ ଓ ପଟୋ ସଂଗ୍ରହ କରି ଲୋନ୍ କରିଥିଲେ । ପରେ ଏହି ଟଙ୍କାକୁ ତିନିଜଣ ବାଣ୍ଟି ନେଇଥିଲେ ।

କେବଳ ପ୍ରବୀରଙ୍କଙ୍କର ନୁହେଁ, ଅଭିଯୁକ୍ତମାନେ ୫୬ ଜଣଙ୍କ ନାମରେ ୧୨ଲକ୍ଷ ଟଙ୍କା ଋଣ କରିଛନ୍ତି ବୋଲି ଜଣାପଡ଼ିଛି । ଏହି କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ପୁଲିସ ଖୋଳତାଡ କରୁଛି । ଅଭିଯୁକ୍ତମାନଙ୍କଠାରୁ ଏକାଧିକ ଆଧାରକାର୍ଡ, ପ୍ୟାନ୍‌କାର୍ଡ ଓ ପାସ୍‌ବୁକ୍ ପୁଲିସ ଜବତ କରିଥିଲା ବେଳେ ସମସ୍ତଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking