32.1 C
Bhubaneswar
Saturday, October 19, 2024
Homeଅପରାଧନାବାଳିକା ଗର୍ଭବତୀ ହେବା ମାମଲା: ଅଭିଯୁକ୍ତକୁ ୧୦ବର୍ଷ ଜେଲ୍‌

ନାବାଳିକା ଗର୍ଭବତୀ ହେବା ମାମଲା: ଅଭିଯୁକ୍ତକୁ ୧୦ବର୍ଷ ଜେଲ୍‌

ଢେଙ୍କାନାଳ: କାମାକ୍ଷାନଗର ଥାନା ଅଞ୍ଚଳରେ ଗତ ୨୦୨୦ମସିହାରେ ଏକ ନାବାଳିକାକୁ ପ୍ରଲୋଭିତ କରି ଗର୍ଭବତୀ କରିବା ମାମଲାର ଆଜି ଶୁଣାଣି କରି ଫାଷ୍ଟ ଟ୍ରାକ୍ ସ୍ପେସାଲ୍ (ପୋକ୍ସୋ) କୋର୍ଟ ବିଚାରପତି ସୂର୍ଯ୍ୟମଣି ମହାପାତ୍ର ମାଣିତ୍ରି ଗ୍ରାମର ନିର୍ମଳ ମହାରଣାକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ ମାଣିତ୍ରି ଗ୍ରାମର ନିର୍ମଳ ସେହି ଗ୍ରାମର ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭିତ ଓ ଭୟଭୀତ କରାଇ ଶାରୀରିକ ସମ୍ପର୍କ ରଖିବା ସହିତ ଗର୍ଭବତୀ କରାଇଥିଲେ । ଏ ସମ୍ପର୍କରେ ନାବାଳିକା ଜଣକ ତାଙ୍କ ପରିବାରକୁ ଜଣାଇଥିଲେ । ପୀଡ଼ିତାଙ୍କ ବାପା ଏ ନେଇ କାମାକ୍ଷାନଗର ଥାନାରେ ଲଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତିକରି ପୁଲିସ୍ କେସ୍ ନଂ-୪୩୧/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ । କୋର୍ଟ ଉପରୋକ୍ତ ମାମଲାକୁ ସିଟି ସ୍ପେସାଲ୍ ପୋକ୍ସୋ କେସ୍ ନଂ ୧/୨୧ରେ ଗ୍ରହଣ କରି ୧୫ଜଣ ସାକ୍ଷୀଙ୍କ ବୟାନକୁ ଡାକ୍ତରଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ୩୭୬ (୨) (ଏନ୍‌) ଏବଂ ୪ ପୋକ୍ସୋ ଦଫାରେ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ତିନିମାସ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଅପରପକ୍ଷରେ ପୀଡ଼ିତାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୬ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମଲ୍ଲିକ ଓ ଜାହିର୍ ମହମ୍ମଦ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking