ପୁଣେ: ପୁଣେରେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍ଡିଓ)ର ଜଣେ ବୈଜ୍ଞାନିକଙ୍କୁ ମହାରାଷ୍ଟ୍ର ଆଣ୍ଟି ଟେରରିଜ୍ମ ସ୍କ୍ୱାଡ୍ (ଏଟିଏସ୍) ଗୁରୁବାର ଗିରଫ କରିଛି । ବୈଜ୍ଞାନିକ ଜଣକ ପାକିସ୍ତାନୀ ଏଜେଣ୍ଟଙ୍କୁ ସୂଚନା ଦେଉଥିବା ଅଭିଯୋଗ ହୋଇଛି । ଏଟିଏସ୍ ଅଧିକାରୀ କହିଛନ୍ତି, ଗିରଫ ବୈଜ୍ଞାନିକ ହ୍ୱାଟ୍ସଆପ୍ ଏବଂ ଭିଡିଓ କଲ୍ ଜରିଆରେ ପାକିସ୍ତାନୀ ଏଜେଣ୍ଟ୍ ସମ୍ପର୍କରେ ଥିଲେ । ଅଧିକାରୀ ସ୍ତରର ଏହି ବୈଜ୍ଞାନିକ ହନି ଟ୍ରାପ୍ର ଶିକାର ହୋଇଥିବା କୁହାଯାଉଥିବା ବେଳେ ମାମଲାର ତଦନ୍ତ କରାଯାଉଛି ।