21.1 C
Bhubaneswar
Thursday, January 23, 2025
Homeଓଡିଶାଏଣିକି ଗର୍ଭବତୀଙ୍କୁ ମାଗଣାରେ ଦିଆଯିବ ସ୍ୱତନ୍ତ୍ର ଇଞ୍ଜେକସନ

ଏଣିକି ଗର୍ଭବତୀଙ୍କୁ ମାଗଣାରେ ଦିଆଯିବ ସ୍ୱତନ୍ତ୍ର ଇଞ୍ଜେକସନ

ଭୁବନେଶ୍ୱର: ଏଣିକି ଗର୍ଭବତୀ ମାଆଙ୍କୁ ମାଗଣାରେ ଦିଆଯିବ ଆଣ୍ଟି ନାଟାଲ୍ କର୍ଟିକୋ ଷ୍ଟେରଏଡ୍ ଇଞ୍ଜେକସନ । ସ୍ୱାଭାବିକ ଭାବେ ଜଣେ ମାଆ ୩୭ ସପ୍ତାହରୁ ୪୦ ସପ୍ତାହ ଭିତରେ ସ୍ୱାଭାବିକ ଭାବେ ଶିଶୁକୁ ଜନ୍ମ ଦେଇଥାଏ । ଏବେ ୩୪ରୁ ୩୬ ସପ୍ତାହ ୫ ଦିନ ମଧ୍ୟରେ ଜନ୍ମ ହେବାକୁ ଥିବା ଶିଶୁର ମାଆକୁ ପ୍ରିମାଚ୍ୟୁର୍ଡ ଶିଶୁଙ୍କ ପାଇଁ ହେବ ଗବେଷଣା । ସେମାନଙ୍କ ଫୁସଫୁସ୍ ସ୍ୱାଭାବିକ ଅବସ୍ଥାରେ ନଥିବାରୁ ଶ୍ୱାସ ପ୍ରଶ୍ୱାସ ନେବାରେ ଶିଶୁକୁ କଷ୍ଟ ହୋଇଥାଏ । ଶିଶୁଙ୍କର ମାଆ ଗର୍ଭରେ କିମ୍ବା ଜନ୍ମ ପରେ ପ୍ରାଣହାନୀ ଘଟେ ।

ଏପରି ଶିଶୁଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୂର କରିବା ପାଇଁ ସ୍ୱଳ୍ପ ପରିମାଣର ଷ୍ଟେରଏଡ୍ ଆସନ୍ନ ପ୍ରସବା ମାଆକୁ ଜନ୍ମ ଦେବାର ୩ ରୁ ୪ ଘଣ୍ଟା ପୂର୍ବରୁ ଦିଆଯାଇପାରିବ । ଏହି ଷ୍ଟେରଏଡର ପ୍ରୟୋଗାତ୍ମକ ଗବେଷଣା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୫ଟି ଦେଶରେ ୨୫ଟି କେନ୍ଦ୍ର ଖୋଲାଯାଇଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦୁଇଜଣିଆ ଟିମ୍ ଆଜି କ୍ୟାପିଟାଲ୍ ହସ୍ପିଟାଲ ବୁଲିବା ପରେ ଡିଏମଇଟିଙ୍କ ସହ ଆଲୋଚନା କରିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ତୃତୀୟ ଗବେଷଣା କେନ୍ଦ୍ର କରିବାକୁ ଏକ ପ୍ରକାର ଦେଇଛନ୍ତି ଗ୍ରୀନ୍ ସିଗନାଲ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହାୟତାରେ ଦୁଇବର୍ଷ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏହି ଗବେଷଣା ଚାଲିବ ।

ସଫଳତା ମିଳିଲେ ସାରା ଦେଶରେ ଗର୍ଭବତୀ ମାଙ୍କୁ ଏହି ଇଞ୍ଜେକ୍ସନ୍ ଦିଆଯିବ । ଦୁର୍ଘଟଣା ହେଉ କି ସ୍ୱାସ୍ଥ୍ୟଗତ କାରଣ ଅନେକ ସମୟରେ ପ୍ରି ମ୍ୟେଚର ବେବି ବା ସମୟ ପୂର୍ବରୁ ଅନେକ ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । ସେମାନଙ୍କ ଭିତରୁ କେତେକ ବଞ୍ଚନ୍ତି ଆଉ କେତେକ ମାଆ ଗର୍ଭରେ ନଷ୍ଟ ହୋଇଯାନ୍ତି । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଓଡ଼ିଶା ସରକାର ଜାତୀୟ ସ୍ତରରେ ରେକର୍ଡ କରିଛନ୍ତି । ପୂର୍ବରୁ ଏସସିବି ମେଡିକାଲ କଲେଜରେ ସମୟ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ୨୦୧୭-୧୮ରେ ଆକସନ୍‌- ୧ ଓ ଆକ୍ସନ୍ -୨ କାର୍ଯ୍ୟକ୍ରମ ହୋଇଥିଲା । ଏହି ଦୁଇଟି ଗବେଷଣାରେ ୩୨ ରୁ ୩୬ ସପ୍ତାହ ଭିତରେ ଜନ୍ମ ଦେବାକୁ ଥିବା ଗର୍ଭବତୀ ମାଙ୍କୁ ଷ୍ଟେରଏଡ୍ ଇଞ୍ଜେକନ୍ସନ୍ ଦିଆଯାଉଥିଲା । ସେଥିରେ ଅଭୂତପୂର୍ବ ସଫଳତା ମିଳିଛି । ଆକ୍ସନ୍ -୩ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲରେ ହେବ । ଏ ନେଇ ଆଇସିଏମ୍‌ଆର୍ ବି ଅନୁମତି ପ୍ରଦାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking