21.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଅମିତ ଶାହଙ୍କ ଅରୁଣାଚଳ ଗସ୍ତ ପ୍ରସଙ୍ଗ; ଚୀନ୍‌କୁ ଭାରତର କଡ଼ା ଜବାବ

ଅମିତ ଶାହଙ୍କ ଅରୁଣାଚଳ ଗସ୍ତ ପ୍ରସଙ୍ଗ; ଚୀନ୍‌କୁ ଭାରତର କଡ଼ା ଜବାବ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନ୍‌ର ଆପତ୍ତି ଏବଂ ବୟାନକୁ ନେଇ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ଶାହଙ୍କ ଗସ୍ତକୁ ଚୀନ୍‌ର କ୍ଷେତ୍ରୀୟ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ବେଜିଂ ପକ୍ଷରୁ କୁହାଯାଇଥିଲା । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିବନ୍ଦ ବାଗଚୀ କହିଛନ୍ତି, ଭାରତର ଅନ୍ୟ ରାଜ୍ୟ ପରି ଭାରତୀୟ ନେତା ଓ ମନ୍ତ୍ରୀମାନେ ନିୟମିତ ଭାବେ ଅରୁଣାଚଳ ପ୍ରଦେଶ ଗସ୍ତ କରିଥାନ୍ତି । ଅରୁଣାଚଳ ଭାରତ ଅଭିନ୍ନ ଏବଂ ଅବିଭାଜିତ ଅଙ୍ଗ ଥିଲା, ରହିଛି ଏବଂ ରହିବ । ଏପରି ଗସ୍ତ ଉପରେ ଆପତ୍ତି ଦର୍ଶାଇବା ତର୍କସଙ୍ଗତ ନୁହେଁ । ଏହାଦ୍ୱାରା ଉପରୋକ୍ତ ବାସ୍ତବିକତା ପରିବର୍ତ୍ତନ ହେବନାହିଁ । ଏହା ପୂର୍ବରୁ ଅମିତ ଶାହ ଅରୁଣାଚଳରେ ଚୀନ୍‌କୁ କଡ଼ା ଜବାବ ଦେଇଥିଲେ ।

ସେ କହିଛନ୍ତି, କେହି ବି ଭାରତର କ୍ଷେତ୍ରୀୟ ଅଖଣ୍ଡତା ଉପରେ ପ୍ରଶ୍ନ ଉଠାଇପାରିବେ ନାହିଁ । କେହି ଆମର ଗୋଟିଏ ଇଞ୍ଚ ଜମି ମଧ୍ୟ ନେଇପାରିବ ନାହିଁ ବୋଲି ଶାହ କହିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅରୁଣାଚଳର କିବିଥୁ ଗାଁରେ କେନ୍ଦ୍ର ପକ୍ଷରୁ କେତେକ ପରିଯୋଜନାର ଆରମ୍ଭ କରିଛନ୍ତି । ଏହା ଗାଁ ଭାରତ ଓ ଚୀନ୍ ସାମୀରେ ଅବସ୍ଥିତ । ଅମିତ ଶାହ କହିଛନ୍ତି, ଆଇଟିବି ଏବଂ ସେନା ଯବାନଙ୍କ ଶୌର୍ଯ୍ୟ କାରଣରୁ କେହି ବି ଆମର ସୀମା ଉପରକୁ ଆଖି ଉଠାଇ ଦେଖିପାରୁନାହାନ୍ତି । କେହି ବି ଭାରତର ଜମି କବ୍‌ଜା କରିନେବା ସମୟ ଚାଲିଯାଇଛି । ଆଜି ଛୁଞ୍ଚି ମୂନ ସମାନ ଜମି ଉପରେ କେହି କବ୍‌ଜା କରିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking