20.1 C
Bhubaneswar
Thursday, January 16, 2025
Homeଅପରାଧଜାଲ ନୋଟ୍ କାରବାର ଓ ଅପହରଣ ମାମଲାରେ ୭ ଗିରଫ

ଜାଲ ନୋଟ୍ କାରବାର ଓ ଅପହରଣ ମାମଲାରେ ୭ ଗିରଫ

ମୟୂରଭଞ୍ଜ : ଆଜ୍ଞା ସାବଧାନ ଘୁରି ବୁଲୁଛନ୍ତି ଅପହରଣକାରୀ ଏବଂ ଜାଲନୋଟ କାରବାରି। କେତେବେଳେ କାହାକୁ ଟାର୍ଗେଟ କରି ଶିକାର କରିବେ କହିବା ମୁସ୍କିଲ। ତେବେ ଘଟଣାର ତଦନ୍ତ କରିବାକୁ ଯାଇ ପୋଲିସକୁ ଜବରଦସ୍ତ ସଫଳତା ମିଳିଥିବା ବେଳେ ବେଶୀ ସମୟ ଅନ୍ଧାରରେ ରଖିବାରେ ବିଫଳ ହୋଇଛନ୍ତି ଅପହରଣକାରୀ ଏବଂ ଜାଲନୋଟ ବେପାରୀ। ଏଭଳି ଏକ ଗୋଲକଧନ୍ଦା ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳରେ। ଜାଲ ନୋଟ୍ କାରବାର ଓ ଅପହରଣ ମାମଲାରେ ଜଣେ ମହିଳାଙ୍କ ସମେତ ୭ ଗିରଫ। ଅଭିଯୋଗ ଅନୁଯାୟୀ ବାରିପଦା ସଦର ଥାନା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁଥିବା ବେଳେ ସାମନାକୁ ଆସିଲା ଜାଲନୋଟ କାରବାର ଘଟଣା।

ସୂଚନା ଅନୁସାରେ ରଙ୍ଗାମାଟିଆ ଅଂଚଳର ରାଜେନ୍ଦ୍ର ବେହେରାକୁ ଅପହରଣ କରାଯାଇଥିବାର ଏକ ଅଭିଯୋଗ ତାଙ୍କ ବାପା ବାରିପଦା ସଦର ଥାନାରେ କଲାପରେ ପୋଲିସ ଏନେଇ ଆରମ୍ଭ କରିଥିଲା ତଦନ୍ତ। ଅପହରଣ ଘଟଣାରେ ପୋଲିସ ପ୍ରଥମେ ୩ଜଣଙ୍କୁ ଗିରଫ କରିଥିଲା। ଗିରଫ ପରେ ପ୍ରକୃତ ରହସ୍ୟ ଖୋଲିଥିଲା ଏକ ରୋମାଞ୍ଚକର ମୋଡରେ ପହଞ୍ଚି ଥିଲା ପୋଲିସ। ସୂଚନା ଅନୁଯାୟୀ ରାଜେନ୍ଦ୍ର ବେହେରା କିଛି ଲୋକଙ୍କ ଠାରୁ ୩ଲକ୍ଷ ଟଙ୍କା ନେଇ କିଛିଦିନ ପାରେ ୧୦ଲକ୍ଷ ଟଙ୍କା ଫେରସ୍ତ କରିବାର କହିଥିଲେ। ତେବେ ଦୀର୍ଘଦିନ ଧରି ଟଙ୍କା ନ ମିଳିବାରୁ ଟଙ୍କା ଦେଇଥିବା ଲୋକେ ରାଜେନ୍ଦ୍ରକୁ ଧମକ ମଧ୍ୟ ଦେଇଥିଲେ।

ତେବେ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ଏକ ପେଟିରେ କିଛି ଜାଲିନୋଟ୍ , ବିସ୍କୁଟ ପେକେଟ ଦେଇ ଟଙ୍କା କହି ଫେରସ୍ତ କରିଥିଲେ।ତେବେ ଟଙ୍କା ସବୁ ଜାଲ୍ ଜଣା ପଡ଼ିବା ପରେ ସେମାନେ ରାଜେନ୍ଦ୍ରକୁ ଅପହରଣ କରିଥିଲେ। ଜାଲନୋଟ୍ ମାମଲାରେ ଏବେ ସଦର ଥାନା ପୋଲିସ ୪ ଜଣଙ୍କୁ କରିଥିବା ବେଳେ ଅପହରଣ ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ସେହିପରି ଗୋଟିଏ ବାଇକ୍, ଗୋଟିଏ ବୋଲେରୋ ଏବଂ ଗୋଟିଏ ସ୍କୋର୍ପିଓ ଗାଡି ସମେତ ୩ ବିଡା ନକଲି ନୋଟ ଓ ୩ ଟି ମୋବାଇଲ ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ତେବେ ଜାଲନୋଟ କାରବାରରେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାର ସୂଚନା ଦେଇଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking