ନୂଆଦିଲ୍ଲୀ: ଭାରତୀୟ ସମାଜସେବୀ କିରଣ ନାଦରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଚେଭାଲିୟର ଡି ଲା ଲିଜିଅନ୍ ଡି’ ଅନର’ରେ ସମ୍ମାନିତ କରାଯାଇଛି । ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନୈନ୍ ସୋମବାର କିରଣଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଭାରତ-ଫ୍ରାନ୍ସ ସାଂସ୍କୃତିକ ସମ୍ପର୍କକୁ ଅଧିକ ଉନ୍ନତ କରିଥିବାରୁ କିରଣଙ୍କୁ ଏହି ପୁରସ୍କାର ମିଳିଥିବା କୁହାଯାଇଛି ।
କିରଣ ବର୍ତ୍ତମାନ ‘କିରଣ ନାଦର ମ୍ୟୁଜିୟମ ଅଫ୍ ଆର୍ଟ’ର ଚେୟାପର୍ସନ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାଯାଗ୍ୟ କିରଣ ହେଉଛନ୍ତି ଏଚ୍ସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶିବ ନାଦରଙ୍କ ଧର୍ମପତ୍ନୀ । ଏଭଳି ସମ୍ମାନ ମିଳିଥିବାରୁ କିରଣ ଫ୍ରାନ୍ସ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।