21.1 C
Bhubaneswar
Thursday, January 23, 2025
Homeଓଡିଶା୨୦ହଜାର ନେଇ ଫସିଲେ ଏଏସ୍‌ଆଇ, ହୋମ୍‌ଗାର୍ଡ

୨୦ହଜାର ନେଇ ଫସିଲେ ଏଏସ୍‌ଆଇ, ହୋମ୍‌ଗାର୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଖାକିରେ ଲାଗିଛି ଦାଗ । ଥାନା ଭିତରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି ଜଣେ ଏଏସ୍‌ଆଇ ଓ ହୋମ୍‌ଗାର୍ଡ । ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଖନ୍ତାପଡ଼ା ଥାନାର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁସାରେ, ଗତ ୪ ତାରିଖ ସନ୍ଧ୍ୟାରେ ଏକ ହାଇୱା ଗାଡ଼ିକୁ ଅଟକାଇଥିଲା ପୁଲିସ । ସେଥିରେ ଲଘୁ ଖଣିଜ ଦ୍ରବ୍ୟ (ମେଟାଲ ପଥର) ଚୋରା ଚାଲାଣ ସହ କାଗଜପତ୍ର ଠିକ୍ ନଥିବା ଦର୍ଶାଇ ଖନ୍ତାପଡ଼ା ଥାନା ପୁଲିସ ଗାଡ଼ି ଏବଂ ଡ୍ରାଇଭରକୁ ଥାନାରେ ଅଟକ ରଖିଥିଲା । ଘଟଣା ପରଦିନ ୨୮/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିଲା । ପରେ ହାଇୱା ଡ୍ରାଇଭରକୁ କୋର୍ଟଚାଲାଣ କରାଯାଇଥିଲା । ଏନେଇ ଗାଡ଼ି ମାଲିକ ରେମୁଣା ଥାନା ଅଧୀନ ମେଣ୍ଡରା ଗ୍ରାମର ଗୌରାଙ୍ଗ ମାହାନା ଥାନାରୁ ଗାଡ଼ିକୁ ମୁକ୍ତ କରିବା ପାଇଁ କୋର୍ଟର ଆଶ୍ରୟ ନେଇଥିଲେ । ଅଦାଲତ ବିଚାର କରି ପଥର ବୋଝେଇ ଗାଡ଼ିକୁ ମୁକ୍ତ କରିବାକୁ ଖନ୍ତାପଡ଼ା ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କୋର୍ଟ ନିର୍ଦ୍ଦେଶକୁ ଭ୍ରୁକ୍ଷେପ ନକରି ଥାନାରେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ରତିକାନ୍ତ ଦାଶ ଗାଡ଼ି ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଦାବି କରିଥିଲେ ।

ଟଙ୍କା ନଦେଲେ ଗାଡ଼ି ଛାଡିବେ ନାହିଁ ବୋଲି କହିବାରୁ ଗାଡ଼ି ମାଲିକ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ଏଏସ୍‌ଆଇ ଶ୍ରୀ ଦାଶଙ୍କ ଦାବି ମୁତାବକ, ବୁଧବାର ଖନ୍ତାପଡ଼ା ଥାନା ପରିସରରେ ଏଏସ୍‌ଆଇ ଶ୍ରୀ ଦାଶ, ହୋମ୍‌ଗାର୍ଡ ଶଶିକାନ୍ତ ମହାପାତ୍ରଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବପ୍ରସ୍ତୁତି ମୁତାବକ ବାଲେଶ୍ୱର ଭିଜିଲାନ୍ସ ଡିଏସ୍‌ପି ମହେଶ୍ୱର ସେଠୀଙ୍କ ନେତୃତ୍ୱରେ ଜଗି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ଉ କରିବା ସହ ଲାଞ୍ଚ ଟଙ୍କା ଜବତ କରି ଥାନା ପରିସରରୁ ଉଭୟ ଏଏସ୍‌ଆଇ ଶ୍ରୀ ଦାଶ ଏବଂ ହୋମ୍‌ଗାର୍ଡ ଶ୍ରୀ ମହାପାତ୍ରଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶ୍ରୀ ଦାଶଙ୍କ ଖନ୍ତାପଡ଼ା ଥାନା ଅଫିସ ରୁମ୍‌, ଖନ୍ତାପଡ଼ା ଦାଣ୍ଡକାଳୀ ନିକଟରେ ଥିବା ଭଡ଼ାଘର ସମେତ ଭଦ୍ରକ ଟାଉନ୍‌ର ଗବସାହି ସ୍ଥିତ ପୈତୃକ ଘରେ ଚଢ଼ଉ ଜାରିରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking