24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆମେରିକାରେ ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ

ଆମେରିକାରେ ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ

ୱାଶିଂଟନ: କରୋନା ପରେ ମଣିଷଙ୍କ ପାଇଁ ଏବେ ଆଗାମୀ ବିପଦ କଣ ବାର୍ଡ ଫ୍ଲୁ ଭାବେ ଆସୁଛି କି ? ଆମେରିକାରେ ବାର୍ଡ ଫ୍ଲୁ ବ୍ୟାପିଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାକୁ ନେଇ ଖୁବ୍ ଅଧିକ ଚିନ୍ତିତ ଅଛନ୍ତି। ଅଧିକାରୀମାନେ ଏହି କଥାକୁ ନେଇ ଖୁବ୍ ଚିନ୍ତିତ କି, ଏହି ରୋଗ ମଣିଷଙ୍କ ଠାରେ ଯେମିତି ନବ୍ୟାପୁ। ସେପଟେ ଡବ୍ଲୁଏଚଓ ମଧ୍ୟ ଏହି କଥାର ଚେତାବନୀ ଜାରି କରି କହିଛି କି ମଣିଷଙ୍କୁ ବାର୍ଡ ଫ୍ଲୁ କୁ ନେଇ ସତର୍କ ହୋଇଯିବା ଉଚିତ୍। ଡବ୍ଲୁଏଚଓ ମୁତାବିକ ଏଚ୫ଏନ୧ ଭାଇରସ ବାର୍ଡ୍ସଙ୍କ ଠାରୁ ମଣିଷଙ୍କ ଠାରେ ଟ୍ରାନ୍ସଫର ହେଉଛି। ଏମିତି କିଛି ମାମଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚିନ୍ତା ବଢ଼ି ଯାଇଛି।

ହେଲେ ଡବ୍ଲୁଏଚଓ ର ମହାନିର୍ଦ୍ଦେଶକ ଟୋଡ୍ରୋସ ଅଦନୋମ ଘେବ୍ରେୟସସ୍ ମଣିଷଙ୍କ ଠାରେ ଏହି ରୋଗ ବ୍ୟାପିବାର ବିପଦକୁ କମ୍ ଥିବା କହିଛନ୍ତି , କିନ୍ତୁ ତାଙ୍କ କହିବା ହେଲା କି, ଭବିଷ୍ୟତରେ ଏମିତି ହୋଇପାରେ। ସେ କହିଛନ୍ତି ଯଦି ଭବିଷ୍ୟତରେ ଏଚ୫ ଏନ୧ ର ଷ୍ଟ୍ରେନ୍ରେ କୌଣସି ପ୍ରକାରର ପରିବର୍ତ୍ତନ ହୁଏ ତ ରିସ୍କ ଖୁବ୍ ଅଧିକ ବଢ଼ିପାରେ । କହି ରଖୁଛି କି ପୂର୍ବରୁ ବି ମଣିଷଙ୍କ ଠାରେ ବାର୍ଡ ଫ୍ଲୁ ବ୍ୟାପି ଚାଲିଛି । ଏହି ଥର ମଧ୍ୟ ଯେଉଁ ପରି ଭାବେ ସ୍ତନ୍ୟପାୟୀ ଜୀବଙ୍କ ଠାରେ ବାର୍ଡ ଫ୍ଲୁର ସଂକ୍ରମଣ ବଢ଼ିଛି , ଏହା ଏକ୍ସପର୍ଟଙ୍କ ଚିନ୍ତା ବଢ଼ାଇ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking