ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ସକାଳୁ ସକାଳୁ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଉଠିଥିଲା ଖଣ୍ଡଗିରି । ଯଜ୍ଞକୁଣ୍ଡ ମାନଙ୍କରୁ ବାହାରୁଥିବା ହୋମ ଧୂଆଁର ମହକରେ ମହକି ଉଠିଥିଲା ପୂରା ଖଣ୍ଡଗିରି । ଜଳୁଥିବା ହୋମ କୁଣ୍ଡ ଖଣ୍ଡଗିରି ପାହାଡ଼କୁ ଆଲୋକିତ କରି ଦେଉଥିଲା। ହୋମଯଜ୍ଞ ସରିବା ପରେ ସନ୍ଥ ଶିବିରରେ ଶ୍ରଦ୍ଧାଳୁମାନଙ୍କୁ ଚାରୁ ଅନ୍ନ ବଣ୍ଟନ କରାଯାଇଥିଲା। ନାଗା ଶିବିରରେ ଧୂମା ପ୍ରସାଦ ବଣ୍ଟନ କରାଯାଇଥିଲା। ଏଠାରେ ବହୁ ଭକ୍ତ ଧୂମାପ୍ରସାଦ ଖାଇଥିଲେ। ଖଣ୍ଡଗିରି ମେଳାରେ ଖଣ୍ଡଖିରି ହେଉଛି ପ୍ରକୃତ ଭୋଗ। ଏହି ଭୋଗ ମାଘସପ୍ତମୀ ଦିନ ମଧ୍ୟ ଲାଗୁ ହୁଏ ଏବଂ ବଣ୍ଟନ କରାଯାଏ।