22.1 C
Bhubaneswar
Friday, January 10, 2025
Homeଓଡିଶାସୌନ୍ଦର୍ଯ୍ୟ ହରାଉଛି ପୁରୀ ବେଳାଭୂମି

ସୌନ୍ଦର୍ଯ୍ୟ ହରାଉଛି ପୁରୀ ବେଳାଭୂମି

ପୁରୀ : କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି । ଯେଉଁଆଡ଼େ ଚାହିଁଲେ ମାଳମାଳ ଉଠାଦୋକାନ ସହିତ କୁଢ଼ କୁଢ଼ ଅଳିଆ ଆବର୍ଜନା । ବେଳାଭୂମିର ଏଣେତେଣେ ଅବ୍ୟବସ୍ଥିତ ଭାବେ ଉଠାଦୋକାନ ଥିବାରୁ ପର୍ଯ୍ୟଟକମାନେ ସ୍ୱଚ୍ଛନ୍ଦରେ ବୁଲାବୁଲି କରିପାରୁନାହାନ୍ତି । ବେଳାଭୂମି ତା’ର ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ବେଳାଭୂମିରେ ସମୟ ଅତିବାହିତ କରିବା ପାଇଁ ଦେଶର କୋଣ ଅନୁକୋଣରୁ ପୁରୀକୁ ପ୍ରତିଦିନ ଛୁଟି ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । ଦିଗବାରେଣି ଛକଠାରୁ ବଳିଆପଣ୍ଡା ଯାଏ ବେଳାଭୂମିରେ ମୁଖ୍ୟତଃ ପର୍ଯ୍ୟଟକମାନେ ବୁଲାବୁଲି କରିଥାନ୍ତି । ଦେଶର ବିଭିନ୍ନ ବେଳାଭୂମି ଅବରୋଧ ମୁକ୍ତ ହୋଇଥିଲେ ମଧ୍ୟ ପୁରୀ ବେଳାଭୂମିରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ରାସ୍ତାକଡ଼ରୁ ଉଠି ବେଳାଭୂମି ମଝିରେ ଉଠାଦୋକାନୀମାନେ ଏବେ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ପୁରୀ ପୌରପାଳିକା ପକ୍ଷରୁ ବେଳାଭୂମିରେ କୌଣସି ଭେଣ୍ଡିଂ ଜୋନ୍ ନଥିବାରୁ ଉଠାଦୋକାନୀମାନେ ବେଳାଭୂମି ମଝିକୁ ଆସି ନିଜର ପସରା ମେଲାଇ ବ୍ୟବସାୟ କରୁଛନ୍ତି । ଏନେଇ ଗଣମାଧ୍ୟମରେ ଖବର ପଚାରିତ ହେଲେ ଲୋକଦେଖାଣିଆ ଭାବେ ପୌରପାଳିକା ଅଧିକାରୀ ଦିନେ ଦୁଇଦିନ ଚଢ଼ଉ କରି ଚୁପ୍ ବସି ଯାଉଥିବା ଅଭିଯୋଗ ହୋଇଛି । ଏନେଇ ନଗର କଂଗ୍ରେସ ସଭାପତି ଛବୀନ୍ଦ୍ର ପଡ଼ି଼ହାରୀ କହିଛନ୍ତି, ପୁରୀ ପୌରପାଳିକା ବାଡ଼ ହୋଇ ଯଦି ଫସଲ ଖାଇବ, କିଏ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ଦାୟିତ୍ୱ ନେବ? ପୌର କର୍ମଚାରୀ ପକେଟ୍ ଗରମ ନକରି ବେଳାଭୂମିର ସୌନ୍ଦର୍ଯ୍ୟକରଣ କିଭଳି ହୋଇପାରିବ ଏବଂ ଉଠାଦୋକାନୀଙ୍କ ପାଇଁ ଭେଣ୍ଡିଂଜୋନ୍ ନିର୍ମାଣ ହେବ ସେ ଦିଗରେ ପଦକ୍ଷେପ ନେବା ଉଚିତ୍ । ସେପଟେ ଏହି ପ୍ରସଙ୍ଗକୁ ନେଇ ପୁରୀ ପୌରପାଳିକା ଅଧିକାରୀ ସରୋଜ ସ୍ୱାଇଁ ପ୍ରତିକ୍ରିୟା ରଖି କହିଛନ୍ତି, “ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ସବୁବେଳେ ଚଢ଼ଉ ଜାରିରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking