ଭୁବନେଶ୍ୱର : ତୁରନ୍ତ କୋଭିଡ୍ କଟକଣା ମାନିବାକୁ କହିଲେ ଆଇଏମ୍ଏ । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ନିୟମ ମାନିବାକୁ ପରାମର୍ଶ ଦେଲେ । ମାସ୍କ ପରିଧାନ, ସାମାଜିକ ଦୂରତା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି । ଗତ ୨୪ ଗଣ୍ଟାରେ ବିଦେଶରେ ହୁ ହୁ ହୋଇ ଆକ୍ରାନ୍ତ ବଢ଼ୁ ଥିବାରୁ ଆଇଏମ୍ଏ ଏ ନେଇ ପରାମର୍ଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ କିଛି ପ୍ରମୁଖ ଦେଶରେ ୫.୩୭ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ମଧ୍ୟ ୨୪ ଘଣ୍ଟାରେ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଚୀନ୍ ଭ୍ୟାରିଆଣ୍ଟ ବିଏଫ୍.୭ରେ ୪ଜଣ ଚିହ୍ନଟ ହୋଇଛନ୍ତି । ତେବେ ପରିସ୍ଥିତି ଗମ୍ଭୀର ହୋଇନି । ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଆଇଏମ୍ଏ ।