କଟକ: ବର୍ଷା-ଅନୁଭବ ପାରବାରିକ ବିବାଦ ପୁଣିଥରେ ଜୋର ଧରିଛି । ସାଂସଦ ଅନୁଭବଙ୍କ ସିନେମାର ଏକ ବରବେଶରେ ଫଟୋ ଭାଇରାଲ ହେବା ପରେ ମାମଲା ଆଉ ଥରେ ଚର୍ଚ୍ଚାକୁ ଆସିଛି । ସେପଟେ ଆଜି କଟକର ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା । ସାକ୍ଷ ଗ୍ରହଣ ପାଇଁ ଉଭୟଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଥିବା ବେଳେ କୋର୍ଟରେ ପହଞ୍ଚି ସାରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।