22.1 C
Bhubaneswar
Wednesday, January 22, 2025
Homeଓଡିଶାଜେଲ୍‌ରୁ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଜେଲ୍‌ରୁ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ଗ୍ରାମର ତୋଫାନ ନାଇକ ବୋଲି ଜଣାପଡିଛି । ଭଞ୍ଜନଗର ପୁଲିସର ସୂଚନା ପ୍ରକାରେ ଭଞ୍ଜନଗର ଜେଲ୍‌ର ଗାଧୁଆ ଘରୁ ତୋଫାନଙ୍କ ଝୁଲନ୍ତା ଶରୀରକୁ ଉଦ୍ଧାର କରାଯାଇଥିଲା । ପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଞ୍ଜନଗର ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତ ତୋଫାନଙ୍କ ମା’ ମଲ୍ଲି ନାଇକ ଓ ସ୍ତ୍ରୀ ବନି ନାଇକ । ସୂଚନା ଅନୁଯାୟୀ, ଏକ ହତ୍ୟା ଉଦ୍ୟମ ମାମଲାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ଗ୍ରାମର ତୋଫାନ ନାଇକ ୱାରେଣ୍ଟ ବଳରେ ଗିରଫ ହୋଇ ଭଞ୍ଜନଗର ଜେଲ୍‌ରେ ରହିଥିଲେ ।

ସୋମବାର ସକାଳେ ଜେଲ୍ ପକ୍ଷରୁ ଦିଆଯାଇଥିବା ଜଳଖିଆ ଖାଇଥିଲେ । କିଛି ସମୟପରେ ଜେଲ୍‌ର ଗାଧୁଆ ଘରୁ ତାଙ୍କ ଝୁଲନ୍ତା ଶରୀରକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତୋଫାନକୁ ମୃତ ଘୋଷଣା କରିଥିଲେ । ସମୁଦାୟ ଘଟଣାକୁ ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି । ହତ୍ୟା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୃତଙ୍କ ପରିବାର। ଅନ୍ୟ ପକ୍ଷରେ ଘଟଣା ଘଟିବା ପରେ ଦିନ ତମାମ ଭଞ୍ଜନଗର ଜେଲ୍ କର୍ତ୍ତୃପକ୍ଷ ରୁଦ୍ଧଦ୍ୱାର ଆଲୋଚନାରେ ହିଁ ରହିଥିଲେ । ଘଟଣାର ପ୍ରକୃତ କାରଣ ଜାଣିବାକୁ ଦିନତମାମ ଜେଲ୍ ଫାଟକ ଆଗରେ ଅପେକ୍ଷା କରି ରହିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ଆସିନଥିଲେ । କଏଦୀଙ୍କ ହଠାତ୍ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking