22.1 C
Bhubaneswar
Wednesday, January 22, 2025
Homeଅପରାଧଅର୍ଚ୍ଚନା ନାଗ ବ୍ଲାକମେଲିଂ ଘଟଣା: ଅର୍ଚ୍ଚନାଙ୍କ ସହ ୪ଙ୍କ ନାଁରେ ଇଡିର ମାମଲା

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଘଟଣା: ଅର୍ଚ୍ଚନାଙ୍କ ସହ ୪ଙ୍କ ନାଁରେ ଇଡିର ମାମଲା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ହନିଟ୍ରାପ ବ୍ଲାକମେଲିଂ ଘଟଣାରେ ସହ କଳା ଟଙ୍କା କାରବାରରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତିର ଖୋଳତାଡ କରି ସତ୍ୟାସତ୍ୟା ପଦାକୁ ଆଣିବ । ଅର୍ଚ୍ଚନାଙ୍କ ସମେତ ୪ ଜଣଙ୍କ ନାମରେ ଇଡି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଫିଲ୍ମ ପ୍ରାଯାଜକଙ୍କୁ ବ୍ଲାକମେଲିଂ କରିଥିବା ଅର୍ଚ୍ଚନା ନାଗ ଓ ବ୍ଲାକମେଲିଂର ଶୀକାର ହୋଇ ଥିବା ଶ୍ରଦ୍ଧାଞ୍ଜଳି ବେହେରା ଓ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସମେତ ଜଗବନ୍ଧୁଙ୍କୁ କଳା କାରବାରରେ ସହଯୋଗ କରୁଥିବା ତାଙ୍କ ବନ୍ଧୁ ଖଗେଶ୍ୱର ସାହୁଙ୍କ ନାମରେ ଇଡି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅର୍ଚ୍ଚନାଙ୍କ ସମେତ ଅନ୍ୟ ୩ ଜଣଙ୍କ ଲିଙ୍କରେ ସଂପୃକ୍ତ ଥବା ଲୋକଙ୍କୁ ଇଡି ନୋଟିସ କରି ତଦନ୍ତ ପରିସରଭୁକ୍ତ କରିବ । ଏହି ୪ ଅଭିଯୁକ୍ତଙ୍କ ସମସ୍ତ ବ୍ୟାଙ୍କ କାରବାରର ଖୋଳତାଡ ଇଡି କରିବା ସହ ଅର୍ଚ୍ଚନା ଲିଙ୍କରେ ଟଙ୍କା କାରବାର କରିଥିବା ଲୋକଙ୍କୁ ଟିକିନିକି ପଚରା ଉଚରା କରାଯିବ ।

କେଉଁ ଉଦେଶ୍ୟରେ ସେମାନେ ଟଙ୍କା ଲେଣଦେଣର କାରବାର କରିଥିଲେ । ଇଡିର ଜଣେ ସହଯୋଗୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଏହି ମାମଲାର ତଦନ୍ତ କରୁଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚାକିରି ଆଶାରେ ରାଜଧାନୀକୁ ଆସୁଥିବା ନିରିହ ଯୁବତୀଙ୍କୁ ଉଚ୍ଚ ବେତନର ଚାକରି ଦେବାର ପ୍ରଲୋଭନ ଦେଖାଇ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରୁଥିଲେ । ନିଶାରେ ପାନୀୟ ଦେଇ ତାଙ୍କର ନଗ୍ନ ଭିଡିଓ ପ୍ରସ୍ତତ କରିଥୁଲେ । ଏହା ପରେ ଯୁବତୀଙ୍କୁ ଭିଡିଓ ଭାଇରାଲର ଧମକ ଦେଇ ପ୍ରତିଷ୍ଠିତ ଲୋକମାନଙ୍କୁ ପାଖକୁ ପଠାଇବା ସହ ଦେହ ବ୍ୟବସାୟରେ ଲିପ୍ତ ହେବା ପାଇଁ ବାଧ୍ୟ କରୁଥିଲେ । ଉକ୍ତ ଯୁବତୀଙ୍କ ସହ ପ୍ରତିଷ୍ଠିତ ଲୋକଙ୍କର ଅନ୍ତରଙ୍ଗ ମୁହୁୂର୍ତ୍ତର ଫଟୋ ଭିଡିଓ ବଡ ଚତୁରତାର ସହ ଉତ୍ତୋଳନ କରୁଥିଲେ । ପରବର୍ତ୍ତୀ ସମୟରେ ନିଜକୁ ଆଇଜୀବୀର ପରିଚୟ ଦେଉଥିଲେ ।

ଏଥିସହ ବ୍ଲାକମେଲିଂର ଶୀକାର ଯୁବତୀ ଜରିଆରେ ଲକ୍ଷେରୁ ଆରମ୍ଭ କରି କୋଟିଏ ପର୍ଯ୍ୟନ୍ତ ବେଆଇନ ଭାବେ କଳାଟଙ୍କା ଆଦାୟ କରୁଥିଲେ । ଏହି ବ୍ଲାକମେଲିଂରୁ ଆଦାୟ କରୁଥିବା କୋଟି କୋଟି ଟଙ୍କାରେ ଅର୍ଚ୍ଚନା ଆଲିସାନ ବଙ୍ଗଳା ଦାମୀ ଗାଡି ଓ ଘରେ ବିଦେଶର ମୂଲ୍ୟବାନ ସାମଗ୍ରୀ ବ୍ୟବହାର କରୁଥିଲେ । ଅର୍ଚ୍ଚନା ଅପରାଧର ନେଟୱାର୍କ ସାମ୍ରାଜ୍ୟରେ କଳାଧନ୍ଦା କିପରି ଚାଲୁଥିଲା । କେଉଁମାନେ ଏଥିରେ ସଂପୃକ୍ତ ଏ ନେଇ ରହସ୍ୟର ଉନ୍ମୋଚନ କରିବ ଇଡି । ଅର୍ଚ୍ଚନାର ଅର୍ଥନୈତିକ କାରବାରର ଖୋଳତାଡ କରିବା ପୁଲିସ ବିଭାଗ ହାତରେ ନଥିବାରୁ ଅର୍ଚ୍ଚନା ଗିରଫ ପରେ ଇଡି ସ୍କାନରକୁ ଆସିଯାଇଥିଲା । ଯାହାକି ରାଜ୍ୟର ସବୁଠାରୁ ବଡ ସେକ୍ସ ସ୍କାଣ୍ଡାଲ ତଥା ବ୍ଲାକମେଲିଂ କରି ଅର୍ଥ ହଡପ ଘଟଣାରେ କୁହାଯାଉଥିବା ବେଳେ ଜାତୀୟ ଗଣମାଧ୍ୟମରେ ମଧ୍ୟ ମଣ୍ଡନ କରିଥିଲା ।

ଅର୍ଚ୍ଚନା ଜଗବନ୍ଧୁ ଗିରଫ ହୋଇଥିବା ବେଳେ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ବର୍ତ୍ତମାନ ସୁଦ୍ଧା ଫେରାର ରହିବା ସହ ତଦନ୍ତପରିସରଭୁକ୍ତ ହୋଇନାହାନ୍ତି । ନେତା, ଫିଲ୍ମ ନିର୍ଦ୍ଦେଶକ, ଖଣି ଓ ସୁନା ବ୍ୟବାୟୀଙ୍କ ଠାରୁ ଆରମ୍ଭ କରି ବିଲଡର ପର୍ଯ୍ୟନ୍ତ ଅର୍ଚ୍ଚନାଙ୍କ ନାଗଫାସରେ ବଳି ପଡିଛନ୍ତି । ଜଗବନ୍ଧୁ ଓ ଅଚ୍ଚନାଙ୍କ ନିକଟରୁ ଜବତ ଡାଏରୀ , ମୋବାଇଲ ଓ ହାର୍ଡଡିସ୍କରୁ ଅନେକ ତଥ୍ୟ ପ୍ରମାଣ ଇଡିକୁ ହସ୍ତଗତ ହେବା । ଉକ୍ତ ତଥ୍ୟ ପ୍ରମାଣ ଆଧାରରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ରାନୈତିକ ମହଲରୁ ଆରମ୍ଭ କରି ବିଭନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରୀୟ ଏଜେନ୍ସି ଇଡି ଦିଲ୍ଲୀରୁ ତଦନ୍ତ ଆରମ୍ଭ କଲାଣୀ । ଅର୍ଚ୍ଚନା ନାଗଫାସର ଗୁମର ଖୋଲିବା ସହ କେହି ନିସ୍ତାର ହେବେ ନାହିଁ ବୋଲି ଧମେନ୍ଦ୍ର ଏକ ନିର୍ବାଚନ ପ୍ରଚାର ସଭାରେ କହିଛନ୍ତି ।

ଧମେନ୍ଦ୍ରଙ୍କ ଏହି ବୟାନ ପରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି । ବିଜେପିର ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂହ କହିଛନ୍ତି, ଇଡି ତଦନ୍ତ ପରେ ସବୁ ଗୁମର ଖୋଲିବ । ଯାହାକୁ ଜାଣିବା ପାଇଁ ସମସ୍ତ ଓଡିଶବାସୀ ଅପେକ୍ଷା କରିଛନ୍ତି । ଯେଉର୍ମନେ ଅର୍ଚ୍ଚନା ମାମଲାରେ ସଂପୃକ୍ତ ସେମାନଙ୍କ ମୁଖା ଖୋଲିଯିବ ବୋଲି କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଅର୍ଚ୍ଚନା ନାଗ ମାମଲାରେ ଅନେକ ଦଳର ନେତା ଫସିଛନ୍ତି । ଇଡି ତଦନ୍ତ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । କିନ୍ତୁ ଇଡିର ତଦନ୍ତ ରାଜନୈତିକ ଉଦେଶ୍ୟଭିତ୍ତିକ ନହେଉ ।

ଯେଉଁ ଦଳର ନତା ମନ୍ତ୍ରୀ ଏଥିରେ ସଂପୃକ୍ତ ସେମାନେ ଘୃଣିତ କାର୍ଯ୍ୟ କରିଛନ୍ତି । ସେମାନଙ୍କ ମୁଖା ଖେଲାଯାଉ । ରାଜନୈତିକ ତଥା ମନ୍ଦ ଉଦେଶ୍ୟରେ ଇଡିକୁ ବ୍ୟବହାର କରାନଯାଉ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥି ଧମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଛନ୍ତି, ତାଙ୍କ ପାଖରେ ଯଦି ସେଣ୍ଟ୍ରାଲ ଏଜେନ୍ସି ଇଡି ଅଛି ତେବେ ସେ କୁହନ୍ତି ନାଗଫାସରେ କେଉଁମାନେ ପଡିଛନ୍ତି । ନିର୍ବାଚନ ବେଳେ ଏପରି କଥା ଉଠାଇବା ତାଙ୍କର ହତାଶ ଭାବର ପରିଚୟ । ତଦନ୍ତ ପାଇଁ ସବୁକିଛି ଉନ୍ମୁକ୍ତ ଅଛି । ଅସୁବିଧା କେଉଁଠି ଅଛି? ବିଜେଡି ନେତାଙ୍କୁ ଅଡୁଆ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ । ତେବେ ଇଡି ତଦନ୍ତ ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking