22.1 C
Bhubaneswar
Wednesday, January 22, 2025
Homeଅପରାଧନାବାଳିକା ବଳାତ୍କାର ମାମଲା: ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳାତ୍କାର ମାମଲା: ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ: ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର କରି କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ରାଣୀହାଟର ରାଜୁ ସେଠୀ (୨୫)କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ୩୦ ହଜାର ଟଙ୍କା ଜରିମାନା ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଦୋଷୀକୁ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ୧୪ ଜଣ ସାକ୍ଷୀଙ୍କ ବୟାନ ଓ ୧୬ଟି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ।

ଜିଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ଶାରୀରିକ ଓ ମାନସିକ ଆଘାତ ଜନିତ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ମସିହାରେ ରାଣୀହାଟ ଅଞ୍ଚଳର ରାଜୁ ସ୍ଥାନୀୟ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର କରି ୨ ମାସର ଅନ୍ତସତ୍ତ୍ୱା କରିଥିଲେ । ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଡାକ୍ତରୀ ପରୀକ୍ଷା କରାଇବା ପରେ ଘଟଣା ଜଣାପଡ଼ିଥିଲା। ଏହାପରେ ଯୁବକ ଜଣକ ନାବାଳିକାଙ୍କୁ ଅପହରଣ କରିନେଇଥିଲେ । ଏନେଇ ନାବାଳିକାଙ୍କ ପିତା କଟକ ମହିଳା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ନାବାଳିକାଙ୍କୁ ସମ୍ପୃକ୍ତ ଯୁବକଙ୍କ ଘରୁ ପୁଲିସ ଉଦ୍ଧାର କରି ଅଭିଯୁକ୍ତ ରାଜୁଙ୍କୁ ଗିରଫ କରିଥିଲା ବେଳେ ୨୦୧୮ରେ ଚାର୍ଜସିଟ୍ ଦାଖଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking