22.1 C
Bhubaneswar
Wednesday, January 22, 2025
Homeଓଡିଶାରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସୃଷ୍ଟି ହେଲା୧୨୫ ଓଏଏସ୍ ପଦବୀ

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସୃଷ୍ଟି ହେଲା୧୨୫ ଓଏଏସ୍ ପଦବୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । କ୍ୟାବିନେଟରେ ୬ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ଏଣିକି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ହେବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଏହା ସହ ଜୁଡ଼ିସିଆଲ ଅଫିସରଙ୍କ ଦରମା ବଢ଼ିଯାଇଛି । ଏଣିକି ଭିଏଏସ ଚାକିରି ପାଇଁ କେବଳ ଲିଖିତ ପରୀକ୍ଷା ହେବ । କେବଳ ରିଟିନ୍ ପାସ୍ କଲେ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଚାକିରି ମିଳିବ । ଭିଏଏସ ଚାକିରି ସର୍ତ୍ତାବଳୀ ସଂଶୋଧନ ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ରାଜ୍ୟରେ ଆଉ ୧୨୫ ଓଏଏସ ପଦବୀ ସୃଷ୍ଟି ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟଭାର ବଢ଼ୁଥିବାରୁ ୧୨୫ ନୂଆ ପଦବୀ ସୃଷ୍ଟି ନେଇ ନିଷ୍ପତ୍ତି ନିଆଯାଇଛି ।

ପ୍ରତି ଜିଲ୍ଲାପାଳ ଅଫିସରେ ଆଉ ୨ ଡେପୁଟୀ କଲେକ୍ଟର ପଦବୀ ସୃଷ୍ଟି ହେବ । ପ୍ରତି ଉପଜିଲ୍ଲାପାଳ ଅଫିସରେ ଗୋଟିଏ ଡେପୁଟୀ କଲେକ୍ଟର ପଦବୀ ସୃଷ୍ଟି ହେବ । ନୂଆ ୧୨୫ ସୃଷ୍ଟି ପରେ ରାଜ୍ୟରେ ଓଏଏସ ପଦବୀ ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇବ । ଏହା ସହ ଦ୍ୱିତୀୟ ନ୍ୟାସନାଲ ଜୁଡ଼ିସିଆଲ ପେ କମିଶନ ସୁପାରିସକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲା ଜଜ୍ ଓ ନିମ୍ନ ନ୍ୟାୟିକ ଅଧିକାରୀ ଏଥିଯୋଗୁଁ ଉପକୃତ ହେବେ । ପିଛିଲା ଭାବେ ୨୦୧୬ରୁ ଲାଗୁ ହେବ, ଯେଉଁଥିପାଇଁ ବାର୍ଷିକ ୯୩ କୋଟି ଟଙ୍କା ଅତିରିକ୍ତ ଟଙ୍କା ଖର୍ଚ୍ଚ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking