14.1 C
Bhubaneswar
Friday, January 10, 2025
Homeଦେଶ ବିଦେଶରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୭ ମାସ

ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୭ ମାସ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧକୁ ଚାଲିଛି ୭ ମାସ । ରୁଷ ଆକ୍ରମଣରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏସବୁ ଭିତରେ ରୁଷ ଦଖଲ କରିଥିବା କେତେକ ପ୍ରମୁଖ ଅଞ୍ଚଳକୁ ୟୁକ୍ରେନ ନିଜ ନିୟନ୍ତ୍ରଣକୁ ଫେରାଇ ଆଣିବାରେ ସଫଳ ହୋଇଛି । ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଉତ୍ତରପୂର୍ବ ୟୁକ୍ରେନ ଖାରକିଭର ଏକ ଅଞ୍ଚଳକୁ ୟୁକ୍ରେନ ସେନେ ରୁଷ କବଳରୁ ପୁନର୍ଦଖଲ କରିଛି । ଡୋଲେସ୍କ ଅଞ୍ଚଳରେ ଥିବା ଘାଟି ଇଜିଅମ୍ ଓ କୁପ୍ୟାନସ୍କ ରେଳ ଜଙ୍କସନକୁ ଏବେ ୟୁକ୍ରେନ ନିୟନ୍ତ୍ରଣକୁ ଚାଲି ଆସିଛି । ଇଜିଅମ୍ରେ ଦେଖିବାକୁ ମିଳିଛି ନରସିଂହରର ଖବର । ଏଠାରୁ ୪୪୦ଟି ମୃତଦେହକୁ ଗଣ କବର ଦିଆଯାଇଛି । ଖାରକିଭକୁ ପୁନର୍ଦଖଲ କରିବା ସହ ଦକ୍ଷିଣ ଖେରସନର ପ୍ରାୟ ୫୦୦ ସ୍କୋୟାର କିଲୋମିଟର ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ଆସିଛି । ଏବେ ବି ରୁଷ ଦଖଳରେ ୟୁକ୍ରେନର ୬ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳ ରହିଛି । ୧୧୩ ଦଶମିକ ୫ ମିଲିୟନ ଡଲାରର କ୍ଷୟକ୍ଷତି ହୋଇଛି । ଏସବୁ ଭିତରେ କିଭରେ ପହଞ୍ଚିଛନ୍ତି ୟୁରୋପିୟନ ୟୁନିୟନର ସଭାପତି ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭୋନ୍ ଡେର୍ । ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷ କରି ଶକ୍ତି ସୁରକ୍ଷା ଉପରେ ୟୁକ୍ରେନ ଫୋକସ କରିଛି । ଏପଟେ ୫ ରାଷ୍ଟ୍ରର ସହଯୋଗ ପାଇଁ ରୁଷ ସହ କଡା ମୁକାବିଲା କରୁଛି ୟୁକ୍ରେନ୍ । ଏପଟେ ଆଉ ୪ ହଜାର ୮୦୦ କୋଟିର ସାମରିକ ସହାୟତା ଘୋଷଣା କରିଛି ଆମେରିକା । ଏ ନେଇ ଆମେରିକା ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ସୂଚନା ଦେଇଛନ୍ତି । ବାସ୍ତବରେ ଯୁଦ୍ଧର ସ୍ଥିତି ବର୍ତ୍ତମାନ କ’ଣ ତାହା ଏତେ ଶୀଘ୍ର କହିହେବନି। କାରଣ ରୁଷ୍ ୟୁକ୍ରେନ୍ରେ ବିପୁଳ ପରିମାଣରେ ସେନା ମୁତୟନ ଜାରି ରଖିଛି ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking