28.1 C
Bhubaneswar
Friday, December 27, 2024
Homeଅପରାଧଫ୍ୟାନରେ ଝୁଲିପଡ଼ିଲେ ନବ ବଧୂ

ଫ୍ୟାନରେ ଝୁଲିପଡ଼ିଲେ ନବ ବଧୂ

ଭୁବନେଶ୍ୱର: ରାଜଧାନୀରେ ଗତ କିଛି ଦିନ ଧରି ଲଗାତାର ଆତ୍ମହତ୍ୟା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ସହରରରେ ଶୁକ୍ରବାର ଦୁଇଜଣ ଆତ୍ମହତ୍ୟା କରିଥିବାବେଳେ ଶନିବାର ପୁଣି ଦୁଇ ଜଣ ଜୀବନ ହାରିଛନ୍ତି । ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଣେ ନବବଧୂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ନବବଧୂ ଜଣଙ୍କ ହେଲେ କଟକ ନିଆଳିର ପ୍ରଜ୍ଞ।।ରମିତା ସ୍ୱାଇଁ (୨୪) । ପାରିବାରିକ କଳହ ଯୋଗୁଁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲା । ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ମୃତଦେହସ୍ପୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟପଟେ ମଞ୍ଚେଶ୍ୱର ଥାନାର ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ଗତ କିଛି ଦିନ ହେବ ପ୍ରଜ୍ଞାପାରମିତା ବିସାଦଗ୍ରସ୍ତ ରହୁଥିଲେ । ତାଙ୍କ ଦାନ୍ତ ଖରାପ ଥିବାରୁ ଡାକ୍ତର ତାଙ୍କୁ କ୍ୟାନସର ହୋଇଥାଇ ପାରେ ବୋଲି କହିଥିଲେ । ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି । ଏ ନେଇ ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଚନ୍ଦ୍ରଶେଖରପୁର ଥାନା ପଟିଆ ଜଗନ୍ନାଥ ନଗରର ପ୍ରଶାନ୍ତ ପାତ୍ରଙ୍କୁ ନିଆଳିର ପ୍ରଜ୍ଞାପାରମିତା ସ୍ୱାଇଁ ଦୁଇ ମାସ ତଳେ ବିବାହ କରିଥିଲେ । ବିବାହ କେଇ ଦିନ ନ ପୁରୁଣୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ପ୍ରଜ୍ଞାପରମିତା ମଞ୍ଚେଶ୍ୱରରେ ଥାନା ଜିଜିିପି କଲୋନୀରେ ରହୁଥିବା ଭାଇଙ୍କ ଘରେ ରହୁଥିଲେ । ପ୍ରଜ୍ଞାପରମିତାଙ୍କ ଦେହ ଖରାପ ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ôସା କରାଯାଉଥିଲା । ଶନିବାର ପ୍ରଜ୍ଞା ଭାଇ ଘରେ ନଥିବା ସମୟରେ ସେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ପଡୋଶୀମାନେ ବାରମ୍ବାର ଡାକିଥିଲେ ମଧ୍ୟ ନ ଖୋଲିବାରୁ ପ୍ରଜ୍ଞ।।ରମିତାଙ୍କ ଭାଇକୁ ଫୋନ କରିଥିଲେ । ତାଙ୍କ ଭାଇ ପୁଲିସ୍ ଖବର ଦେବା ପରେ ୋଲିସ ଘରର କବାଟ ଭାଙ୍ଗି ପ୍ରଜ୍ଞାପାରମିତାଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking