28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭାରତ ଚାପରେ ଚୀନ୍ ଗୁଇନ୍ଦା ଜାହାଜ ପ୍ରବେଶକୁ ରୋକିଲା ଶ୍ରୀଲଙ୍କା

ଭାରତ ଚାପରେ ଚୀନ୍ ଗୁଇନ୍ଦା ଜାହାଜ ପ୍ରବେଶକୁ ରୋକିଲା ଶ୍ରୀଲଙ୍କା

କଲମ୍ବୋ : ଭାରତର ଚାପରେ ଶ୍ରୀଲଙ୍କା ସରକାର ଶନିବାର ଚୀନ୍‌ର ଗୁଇନ୍ଦା ଜାହାଜକୁ ଦେଶରେ ପ୍ରବେଶ ପାଇଁ ଅନୁମତି ଦେଇନାହାନ୍ତି । ଶ୍ରୀଲଙ୍କା ପକ୍ଷରୁ ଜାହାଜ ପ୍ରବେଶକୁ ବିଳମ୍ବିତ କରିବା ପାଇଁ ଚୀନ୍‌କୁ କୁହାଯାଇଛି । ଚୀନ୍‌ର ଉପଗ୍ରହ ଟ୍ରାକର୍ ଗୁଇନ୍ଦା ଜାହାଜ ୟୁଆନ୍ ୱାଙ୍ଗ୍‌-୫ ଚୀନ୍ ମାଲିକାନାରେ ଥିବା ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଗୁରୁବାର ଇନ୍ଧନ ଭରିବା ପରେ ୧୭ ତାରିଖରେ ବନ୍ଦର ଛାଡ଼ିବା ନିର୍ଦ୍ଧାରିତ ହୋଇଥିଲା । ୟୁଆନ୍ ୟାଙ୍ଗ ଜାହାଜର ଭାରତୀୟ ସମୁଦ୍ର ସୀମାରେ ପ୍ରବେଶକୁ ନେଇ ଭାରତ ସରକାର ବିଶେଷ ଚିନ୍ତିତ ଥିଲେ । ଏହି ଜାହାଜ ମାଧ୍ୟମରେ ଚୀନ୍ ଭାରତର ସୈନ୍ୟ ଗତିବିଧିର ଗୁଇନ୍ଦାଗିରି କରିବା ସନ୍ଦେହରେ ନୂଆଦିଲ୍ଲୀ ପକ୍ଷରୁ ଶ୍ରୀଲଙ୍କା ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଭାରତର ଅଭିଯୋଗ ପରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଚୀନ୍ ଦୂତାବାସକୁ ଏହି ଯାତ୍ରା ରୋକିବା ପାଇଁ କୁହାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ପ୍ରସଙ୍ଗ ନେଇ ପରବର୍ତ୍ତୀ ଆଲୋଚନା ପର୍ଯ୍ୟନ୍ତ ହମ୍ବନ୍‌ଟୋଟା ବନ୍ଦରରେ ୟୁଆନ୍ ୱାଙ୍ଗ୍‌-୫ର ପ୍ରବେଶକୁ ବିଳମ୍ବିତ କରିବା ପାଇଁ ମନ୍ତ୍ରଣାଳୟ ଚୀନ୍‌କୁ ଅନୁରୋଧ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking