ଫୁଲବାଣୀ: ଖଜୁରିପଡ଼ା ବ୍ଲକ ପିରୁକୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଏହି ବିଦ୍ୟାଳୟର ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜ୍ୱର ଓ ଝାଡ଼ାରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ବୋରିଂ ପାଣି ପିଇବାରୁ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି । ଅୁସ୍ଥ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରଏକ ସ୍ୱତନ୍ତ୍ର ଟିମ୍ର ପିରୁକୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସି ଯାଞ୍ଚ ପରେ ଫେରିଯାଇଥିବା ସୂଚନା ମିଳିଛି ।