26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରାଜଧାନୀରେ ବୋମା ଆତଙ୍କ

ରାଜଧାନୀରେ ବୋମା ଆତଙ୍କ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦେଶର ରାଜଧାନୀରେ ଦେଖାଦେଇଛି ବୋମା ଆତଙ୍କ। ପଶ୍ଚିମ ଦିଲ୍ଲୀରୁ ସିନ୍ଦିଗ୍ଧ ଟିଫିନ ଠାବ ହେବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ବୋମା ନିଷ୍କ୍ରିୟ ସ୍କ୍ୱାଡକୁ ଖବର ଦିଆଯାଇଥିଲା। ତେବେ ଯାଞ୍ଚ ପରେ ଟିଫିନ ମଧ୍ୟରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିବା ପୁଲିସ କହିଛି। ତେବେ ସନ୍ଦିଗ୍ଧ ଟିଫିନ ମିଳିବା ପରେ ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ହାଲ ଆଲର୍ଟ ଜାରି କରାଯାଇଥିଲା। ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରାଯିବା ସହ ସେଠାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଏନଏସଜି କମାଣ୍ଡୋଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ଏବେ ଟିଫିନରୁ କିଛି ନ ମିଳିବାରୁ ସମସ୍ତେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ତଥାପି ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking