କେନ୍ଦୁଝର: ଆନନ୍ଦପୁର ଥାନା ବଳଦୁଆଁ ଗାଁରେ ଘଟିଛି ଅଘଟଣ । ଗାଁର ରବିନ୍ଦ୍ର ଖଣ୍ଡାଙ୍କ ତିନିବର୍ଷର ନାବାଳକ ପୁଅ ପୋଖରୀରେ ବୁଡି ମୃତ । ସୂଚନା ଅନୁଯାୟୀ ନାବାଳକ ପୁଅଟି ଘରେ ମା ପାଖରେ ଶୋଇଥିବା ବେଳେ ଅଚାନକ଼୍ ଉଠି ବାହାରକୁ ଚାଲିଯାଇଥିଲା । ଅସାବଧାନତା ବଶତଃ ଘର ନିକଟରେ ଥିବା ପୋଖରୀ କୂଳରେ ଖେଳୁ ଖେଳୁ ପୋଖରୀକୁ ଖସି ପଡି ବୁଡି ଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର୍ ତାକୁ ମୃତ ଘୋଷଣା କରିଛନ୍ତି । ନାବାଳକ ପୁଅର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।