ନୂଆଦିଲ୍ଲୀ : ସିଙ୍ଗାପୁର ଗସ୍ତରେ ଯିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଯେଉଁ ଅନୁମତି ମାଗିଥିଲେ, ତାହାକୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା ଗୁରୁୁବାର ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ ସିଙ୍ଗାପୁରରେ ଆୟୋଜିତ ହେବାକୁ ଥିବା ଡବ୍ଲ୍ୟୁସିଏସ୍ ମେୟର ଫୋରମ୍ରେ ଯୋଗଦେବାକୁ କେଜ୍ରିୱାଲ ଆଗ୍ରହ ପ୍ରକାଶ କରିଥିଲେ ।
ତେବେ ଏହା ମେୟରମାନଙ୍କର ସମ୍ମିଳନୀ ହୋଇଥିବାରୁ ଜଣେ ମୁଖ୍ୟମନ୍ତ୍ରୀ ସେଠାରେ ଯୋଗଦେବା ଅନୁଚିତ ବୋଲି ଉପରାଜ୍ୟପାଳ କାରଣ ଦର୍ଶାଇଛନ୍ତି । ଅପରପକ୍ଷରେ କେନ୍ଦ୍ର ସରକାର ପକ୍ଷପାତ ନୀତି ଅବଲମ୍ବନ କରି ତାଙ୍କୁ ବିଦେଶ ଗସ୍ତରୁ ବଞ୍ଚିତ କରିଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି ।