22.1 C
Bhubaneswar
Wednesday, January 15, 2025
Homeଓଡିଶାମଲ୍‌ରେ ବୁଷ୍ଟର ଡୋଜ୍‌

ମଲ୍‌ରେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର: କୋଭିଡ଼୍ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗୁରୁବାର ଠାରୁ ମଲ୍‌ରେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଛି । ଏଥିପାଇଁ ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ, ପାତ୍ରପଡା ସ୍ଥିତ ଡିଏନ ରେଗାଲିଆ ମଲ, ରସୁଲଗଡ ଏସପ୍ଲାନେଡ ମଲ୍‌ରେ ଟିକାକରଣ ଆରମ୍ଭ ହୋଇଛି । ଯେଉଁମାନେ ସେମାନଙ୍କର କୋଭାକ୍ସିନ ଟିକାକରଣର ପ୍ରଥମ ଦୁଇଟି ଡୋଜ୍ ସମାପ୍ତ କରିଛନ୍ତି ସେମାନେ ବୁଷ୍ଟର ଡୋଜ୍ ନେଇ ପାରିବେ । ଡିଏନ ରେଗାଲିଅ । ମଲ ପାର୍କିଂ ଠାରେ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ଅଭିଯାନର ଉଦ୍‌ଘାଟନ କରିଥିଲେ ।

ଏହାପରେ ସହରର ଅନ୍ୟ ୨ଟି ମଲ୍ ଏସ୍‌ପ୍ଲାନେଡ୍ ଏବଂ ସିମ୍ଫୋନୀ ମଲ୍‌ରେ ଡ୍ରାଇଭ୍ ଆରମ୍ଭ ହୋଇଥିଲା । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ମଲ ପରି ଜନ ଗହଳି ପୂର୍ଣ୍ଣ ସ୍ଥାନରେ ବିଏମ୍‌ସି ପକ୍ଷରୁ ଟିକାକରଣ ଆରମ୍ଭ ହୋଇଛି । ଯେ ପର୍ଯ୍ୟନ୍ତ ଅଧିକାଂଶ ନାଗରିକ ବୁଷ୍ଟର ଡୋଜ୍ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ବୋଲି କମିଶନର କହିଛନ୍ତି । ଏଥିସହ କରୋନା ସହିତ ଲଢେଇ କରିବା ସହିତ ସୁସ୍ଥ ରହିବା, କୋଭିଡ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ କମିଶନର ପରାମର୍ଶ ଦେଇଥିଲେ । ପୂର୍ବରୁ ୨୭ଟି କେନ୍ଦ୍ରରେ ଟୀକାଦାନ କରାଯାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି । ଏହି ସମୟରେ ବିଏମ୍‌ସିର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଗତ ୧୫ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିବା ମାଗଣା ବୁଷ୍ଟର ଡୋଜ ଟୀକାକରଣ ୭୫ ଦିନ ପର୍ଯ୍ୟନ୍ତ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking