ବନିହାଲ : ବର୍ଷା ଯୋଗୁ ଜମ୍ମୁ-କାଶ୍ମୀର ରାମବନ ଜିଲ୍ଲାରେ ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ଏଣୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗକୁ ଗୁରୁବାର ଯାତାୟାତ ଲାଗି ବନ୍ଦ କରିଦିଆଯାଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଭୂ-ସ୍ଖଳନ ଯୋଗୁ ମାଟି ଅତଡା ରାସ୍ତା ଉପରେ ଜମା ହୋଇ ରହିଛି। ଫଳରେ ୧ ହଜାରରୁ ଅଧିକ ବାହନ ରାସ୍ତାରେ ଫଶି ରହିଛନ୍ତି। ଯେଉଁଥିରେ ଅମରନାଥ ଯାତ୍ରୀଙ୍କ ବାହନ ମଧ୍ୟ ଅଛି। କାଶ୍ମୀରକୁ ପୁରା ଦେଶ ସହ ଯୋଡୁଥିବା ୨୭୦ କିଲୋମିଟର ଦୀର୍ଘ ଜାତୀୟ ରାଜମାର୍ଗକୁ ବଡ଼ ବଡ଼ ପଥର ଗଡି ଆସିବା ଯାତାୟାତରେ ବାଧା ସୃଷ୍ଟି କରିଛି। ଏଥିରେ ରାମବନ ଜିଲ୍ଲାର ୪ଟି ସ୍ଥାନରେ ଭୂ-ସ୍ଖଳନ ହେବା ରାଜମାର୍ଗକୁ ବନ୍ଦ କରିବାକୁ ପଡିଛି ବୋଲି ଅଧିକାରୀମାନେ କହିଛନ୍ତି। ବୁଧବାର ରାତିରେ ରାମବନ କେଫେଟରିଆ ମୁରରେ ଭୂ-ସ୍ଖଳନ ହୋଇ ବଡବଡ ପଥର ରାସ୍ତାକୁ ଗଡି ଆସିଥିଲା।