22.1 C
Bhubaneswar
Saturday, January 11, 2025
Homeଓଡିଶାଆନ୍ଧ୍ର ଗାଁ ମୁଖିଆଙ୍କ ମାନବିକତା: ନିଖୋଜ ନାବାଳିକାକୁ ଘରେ ଛାଡିଲେ

ଆନ୍ଧ୍ର ଗାଁ ମୁଖିଆଙ୍କ ମାନବିକତା: ନିଖୋଜ ନାବାଳିକାକୁ ଘରେ ଛାଡିଲେ

ପାତ୍ରପୁର: ଆନ୍ଧ୍ର ଗାଁ ମୁଖିଆ ନିଖୋଜ ନାବାଳିକାକୁ ଘରେ ଛାଡ଼ି ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ପ୍ରଶଂସା ସାଉଣ୍ଟିଛନ୍ତି । ଗତକାଲି ଜଣେ ଭିନ୍ନକ୍ଷମ ନାବାଳିକା ଆନ୍ଧ୍ରର ଏକ ଗ୍ରାମକୁ ଚାଲି ଯାଇଥିଲେ । ଏହା ପରେ ପରିବାର ବିଭିନ୍ନ ସମ୍ପର୍କୀୟଙ୍କୁ ପଚାରି ନିରାଶ ହୋଇଥିଲେ । ଏସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଆନ୍ଧ୍ର ଗାଁ ମୁଖିଆ ତାଙ୍କୁ ଉଦ୍ଧାର ସହ ଆଜି ଗ୍ରାମକୁ ନେଇ ପରିବାର ପାଖରେ ଛାଡ଼ିଛନ୍ତି । ଗ୍ରାମ ମୁଖିଆଙ୍କ ଏହିପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଗତକାଲି ଖାରିଆନାଳ ଆଦିବାସୀ ଗ୍ରାମର କାନକୁ ଶୁଭୁନଥିବା ଏବଂ କଥା କହିପାରୁନଥିବା ଜଣେ ୧୫ ବର୍ଷର ନାବାଳିକା ସାଇକେଲ ଯୋଗେ ଆନ୍ଧ୍ରର ଅରଖପାଦା ଶାସନ ଗ୍ରାମକୁ ଯାଇ ବାଟ ହୁଡ଼ି ଚାଲିଯାଇଥିଲେ । ଗ୍ରାମର ନଦୀ ନିକଟରେ ଅଟକି କାନ୍ଦୁଥିବା ବେଳେ ସେହି ଗ୍ରାମର ଲୋକମାନେ ତା’ ନିକଟକୁ ଆସିଥିଲେ । ଏପରିକି ଲୋକମାନେ ତାକୁ ପଚାରିବାରେ ସେ ଦିବ୍ୟାଙ୍ଗ ହେତୁ କୌଣସି ଉତ୍ତର ଦେଇପାରିନଥିଲା । ଏସମ୍ପର୍କରେ ଗ୍ରାମବାସୀ ମୁଖିଆଙ୍କୁ ଜଣାଇଥିଲେ । ଖବର ପାଇ ଗ୍ରାମମୁଖିଆ ପୂର୍ଣ୍ଣବାସୁ ପହଞ୍ଚି ନାବାଳିକାକୁ ନିଜ ଗ୍ରାମ ଶାସନକୁ ନେଇଥିଲେ । ସନ୍ଧ୍ୟା ହୋଇଥିବାରୁ ତାକୁ ତାଙ୍କରି ଭଉଣୀ ପାଖରେ ଛାଡ଼ିବା ସହ ଭୋଜନ ବ୍ୟବସ୍ଥା କରିଥିଲେ । ଏହି ଖବର ସମ୍ପର୍କରେ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପରେ ପୋଷ୍ଟ କରିବା ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ନାବାଳିକାର ଠିକଣା ସୂଚନା ଦେଇଥିଲେ । ଠିକଣା ମିଳିବା ପରେ ଆଜି ସକାଳେ ଆନ୍ଧ୍ରର ଗ୍ରାମ ମୁଖିଆ ଜଣକ ନାବାଳିକାକୁ ଖାରିଆନାଳ ଗ୍ରାମରେ ପହଞ୍ଚାଇବା ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ପରେ ମାଆ ଶଶୀ ଶବରଙ୍କ ପାଖରେ ଛାଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking