ଦିସପୁର: ଆସାମରେ ବନ୍ୟା ବିତ୍ପାତ। ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଯୋଗୁ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍ଷ ଲକ୍ଷ ଲୋକେ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ଏବେ ବି ଅନେକ ଲୋକେ ପାଣି ଘେରରେ ଅଛନ୍ତି। ଏହାରି ଭିତରେ ସେଠାରେ ଜାପାନୀ ଏନ୍ସେଫାଲାଇଟିସ୍ ଆତଙ୍କ ସୃଷ୍ଟି ହୋଇଛି। ଏହି ରୋଗରେ ଆକ୍ରାନ୍ତ ହୋଇ ୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେହିପରି ୮୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜିଲ୍ଲା ରାପିଡ୍ ରେସପନ୍ସ ଟିମ୍ ଗଠନ ଏବଂ ପରିସ୍ଥିତି ଉପରେ ନିରନ୍ତର ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ଅଧିକାରୀଙ୍କୁ କହିଛନ୍ତି। ଆସାମର ମୁଖ୍ୟ ଶାସନ ସଚିବ ଅବିନାଶ ଯୋଶୀ ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ଅଧିକାରୀଙ୍କ ସହ ବ ବୈଠକ କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ସେ ଜୁଲାଇ ୧୬ ସୁଦ୍ଧା ଡିଆରଟିଟି ଗଠନ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି।