ବେଜିଂ: ଚୀନରୁ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଜଣେ ଚୀନର ଜଣେ ବ୍ୟକ୍ତି ତାଙ୍କ ପରିସ୍ରାରେ ରକ୍ତ ପଡିବା ଏବଂ ପେଟରେ ନିୟମିତ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କର ଡିମ୍ବାଣୁ ଏବଂ ଗର୍ଭାଶୟ ଥିବା ଜାଣି ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ୩୩ ବର୍ଷିୟ ଚିଙ୍ଗ୍ ଜଣେ ପୁରୁଷ ଭାବରେ ପରିଚିତ ଥିଲେ। କିନ୍ତୁ କ୍ରୋମୋଜୋମ୍ ଆନାଲିସିସ୍ ପରୀକ୍ଷା କରିବା ପରେ ସେ ଜୈବଗତ ଭାବରେ ମହିଳା ବୋଲି ଡାକ୍ତରମାନେ କହିଥିଲେ। ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶର ଚିଙ୍ଗ୍ ଅନିୟମିତ ପରିସ୍ରା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୌବନ କାଳରେ ଏକ ଅପରେସନ୍ କରିଥିଲେ। ସେବେଠାରୁ ସେ ତାଙ୍କ ପରିସ୍ରାରେ ରକ୍ତ ପଡିବା ସହ ପେଟ ଯନ୍ତ୍ରଣା ଅନୁଭବ କରୁଥିଲେ। ଥରେ ଚାରି ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏହାର ଚିକିତ୍ସା କରୁଥିବା ଜଣେ ଡାକ୍ତର ତାଙ୍କୁ ଆପେଣ୍ଡିକ୍ସ ରୋଗରେ ଆକ୍ରାନ୍ତ ହୋଇଥିବା କହିଥିଲେ। ଚିଙ୍ଗଙ୍କୁ ଚିକିତ୍ସା କରାଯାଇଥିଲା, ତଥାପି ଲକ୍ଷଣ ବନ୍ଦ ହେଲା ନାହିଁ। ଗତ ବର୍ଷ ଏକ ଚେକ୍ ଅପ୍ ସମୟରେ ଚିଙ୍ଗଙ୍କ ଶରୀରରେ ମହିଳା ଯୌନ କ୍ରୋମୋଜୋମ୍ ଥିବା ଜଣାପଡିଥିଲା। ଅନ୍ୟ ଏକ ମେଡିକାଲ ଟେଷ୍ଟରୁ ଜଣାପଡିଛି ଯେ, ତାଙ୍କର ଗର୍ଭାଶୟ ଏବଂ ଡିମ୍ବାଣୁ ସମେତ ମହିଳା ପ୍ରଜନନ ଅଙ୍ଗ ଅଛି। ପୁରୁଷ ଯୌନ ହରମୋନ୍ ଆଣ୍ଡ୍ରୋଜେନର ସ୍ତର ହାରାହାରିରୁ କମ୍ ଥିବାବେଳେ ମହିଳା ଯୌନ ହରମୋନ୍ ଏବଂ ଓଭାରିନ୍ ଆକ୍ଟିଭିଟି ସ୍ତର ସୁସ୍ଥ ବୟସ୍କ ମହିଳାମାନଙ୍କ ତୁଳନାରେ କମ ଥିଲା। ଶେଷରେ ଏହା ଜଣାପଡିଲା ଯେ, ଚିଙ୍ଗ ଉଭୟ ପୁରୁଷ ଏବଂ ମହିଳା ପ୍ରଜନନ ଅଙ୍ଗ ସହିତ ଜନ୍ମଗ୍ରହଣ କରିଥିଲେ। ଏହାର ଅର୍ଥ ହେଉଛି ଯେ, ଋତୁସ୍ରାବ ହେତୁ ଚିଙ୍ଗଙ୍କ ପରିସ୍ରାରେ ରକ୍ତ ପଡିବା ପେଟରେ ଯନ୍ତ୍ରଣା ହୋଇଥିଲା।