27.1 C
Bhubaneswar
Wednesday, May 8, 2024
Homeମନୋରଞ୍ଜନଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

ମୁମ୍ବାଇ : ପଶ୍ଚିମବଙ୍ଗର ଭେଟେରାନ ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ରହିଛି। କିଡନୀ ଜନିତ ସମସ୍ୟା ହେତୁ ଗତ ଶୁକ୍ରବାର ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୯୨ ବର୍ଷିୟ ଫିଲ୍ମ ନିର୍ଦ୍ଦେଶକ ମଜୁମଦାର ବର୍ତ୍ତମାନ ଏସଏସକେଏମ ହସ୍ପିଟାଲର ସିସିୟୁରେ ଚିକିତ୍ସିତ ହେଉଛନ୍ତି ।  ତାଙ୍କ ଅବସ୍ଥା ସୁଧାରିବା ପରେ ତାଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସୋମବାର ରାତିରେ ତାଙ୍କୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଛି।

ତରୁଣ ମଜୁମଦାରଙ୍କୁ ୧୯୬୨ର ବଙ୍ଗଳା ଫିଲ୍ମ କାଞ୍ଚର ସ୍ୱର୍ଗ ପାଇଁ ପ୍ରଥମ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ତରୁଣ ଏକ ଜାତୀୟ ପୁରସ୍କାର, ଏକ ବିଏଫଜିଏ ପୁରଷ୍କାର ଏବଂ ନିମନ୍ତ୍ରଣ ପାଇଁ ଏକ ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ୧୯୯୦ ମସିହାରେ ତାଙ୍କୁ ପଦ୍ମଶ୍ରୀ ଏବଂ ପାଞ୍ଚଟି ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking