34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆଫଗାନିସ୍ତାନରେ ଭୂକମ୍ପ : ୧୫୦୦ରୁ ଅଧିକ ଆହତ

ଆଫଗାନିସ୍ତାନରେ ଭୂକମ୍ପ : ୧୫୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ  : ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବ ଆଫଗାନିସ୍ତାନରେ ଭୟାବହ ଭୂକମ୍ପ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । ଫଳରେ ଏହି ଭୂକମ୍ପରେ ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦୦ ଆହତ ହୋଇଛନ୍ତି । ପାକିସ୍ତାନ ସୀମା ସଂଲଗ୍ନ ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି ।

ପାକିସ୍ତାନର ପାଣିପାଗ ବିଭାଗନୁସାରେ, ଭୂକମ୍ପର କେନ୍ଦ୍ର ଦେଶର ଖୋସ୍ତ ସହରଠାରୁ ଦକ୍ଷିଣପଶ୍ଚିମରେ ପ୍ରାୟ ୪୪ କିମି ଦୂରତା, ଭୂପୃଷ୍ଠରୁ ୫୦.୮ କିମି ଗଭୀରତାରେ ଥିଲା । ସ୍ଥାନୀୟ ସମୟ ବିଳମ୍ବିତ ରାତି ୧.୫୪ରେ ଭୂକମ୍ପ ଅନୁଭୂତ ହୋଇଥିଲା । ସେତେବେଳେ ଲୋକମାନେ ଘରେ ଶୋଇଥିଲେ । ଭୂକମ୍ପର ପ୍ରଭାବ ପ୍ରାୟ ୫୦୦ କିମି ଯାଏ ଅନୁଭୂତ ହୋଇଥିଲା । ତେଣୁ ଆଫଗାନିସ୍ତାନ ସହ ପାକିସ୍ତାନ ଓ ଭାରତର କିଛି ଅଞ୍ଚଳରେ ଲୋକମାନେ ଭୂକମ୍ପର ଝଟ୍‌କାକୁ ଅନୁଭବ କରିଥିଲେ ।

ସେହିପରି ଲୋକଙ୍କୁ ଧ୍ୱଂସାବଶେଷ ତଳୁ ବାହାର କରିବା ଲାଗି ସୁରକ୍ଷାକର୍ମୀ ହେଲିକପ୍ଟରରେ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚୁଛନ୍ତି । କିଛି ସ୍ଥାନରେ ଗୁରୁତର ଆହତଙ୍କୁ ଏୟାରଲିଫ୍ଟ କରାଯାଇଛି । ତେବେ ତାଲିବାନ୍‌ର କ୍ଷମତା ଦଖଲ ପରେ ଅନେକ ଅନ୍ତର୍ଜାତୀୟ ଉଦ୍ଧାରକାରୀ ସଂସ୍ଥା ଆଫଗାନିସ୍ତାନ ଛାଡ଼ି ସାରିଥିବାରୁ ଉଦ୍ଧାର କାର୍ଯ୍ୟ ସେତେଶୀଘ୍ର ତ୍ୱରାନ୍ୱିତ ହୋଇପାରି ନାହିଁ ।

ଅନ୍ୟପଟେ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମହମ୍ମଦ ହସନ୍‌ ଅଖୁନ୍ଦ କାବୁଲରେ ଭୂକମ୍ପ ପୀଡ଼ିତଙ୍କ ଲାଗି ରିଲିଫ୍‌ ଅଭିଯାନର ସମନ୍ୱୟ କରିବାକୁ ବୁଧବାର ଏକ ଜରୁରିକାଳୀନ ବୈଠକ କରିଥିଲେ । ସେପଟେ ମାଲେସିଆରେ ବି ମଙ୍ଗଳବାର ବିଳମ୍ବିତ ରାତିରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking