40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ, ୩ ଜୀବନ୍ତ ଦଗ୍ଧ

ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ, ୩ ଜୀବନ୍ତ ଦଗ୍ଧ

ହରିୟାଣା : ହରିୟାଣାର ସୋନୀପତ ୩୩୪ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର ପଥର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଫଳରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୩ ଜଣ ଗଭୀର ଆହତ ହୋଇଛନ୍ତି। ସୂଚନାନୁଯାୟୀ, ନିର୍ମାଣାଧୀନ ଅବସ୍ଥାରେ ଥିବା ବହଲାଗଡ ଜାତୀୟ ରାଜପଥ ପଥର ରଖି ରାସ୍ତା ବନ୍ଦ କରାଯାଇଥିଲା। ନିଆଁ ଲାଗିବା କାରଣରୁ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସଭିଁଏଁ ଡାକ୍ତରୀ ପାଠ ପଢୁଥିବା ଛାତ୍ର ହୋଇଥିବା ବେଳେ ସେମାନେ ସାଙ୍ଗ ବୋଲି ଅନୁମାନ କରାଯାଉଛି। ୬ ଜଣ ସାଙ୍ଗ ରାତିରେ ରୋହତକ ରୁ ହରିଦ୍ୱାର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking