33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଦୁଷ୍କର୍ମ ଅଭିଯୁକ୍ତ ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ଫେରାର : ଘରେ ନୋଟିସ ଝୁଲାଇଲା ଦିଲ୍ଲୀ ପୋଲିସ

ଦୁଷ୍କର୍ମ ଅଭିଯୁକ୍ତ ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ଫେରାର : ଘରେ ନୋଟିସ ଝୁଲାଇଲା ଦିଲ୍ଲୀ ପୋଲିସ

ଜୟପୁର: ଏକ ଦୁଷ୍କର୍ମ ମାମଲାରେ ରାଜସ୍ଥାନର ଜଣେ ମନ୍ତ୍ରୀଙ୍କ ପୁଅ ଅଭିଯୁକ୍ତ ହୋଇଥିବାବେଳେ ତାଙ୍କୁ ଗିରଫ କରିବାକୁ ଦିଲ୍ଲୀ ପୁଲିସର ଏକ ୧୫ ଜଣିଆ ଦଳ ରବିବାର ଜୟପୁରରେ ପହଞ୍ଚିଛି । ତେବେ ଜୟପୁରରେ ଥିବା ସଂପୃକ୍ତ ମନ୍ତ୍ରୀଙ୍କ ଦୁଇ ଦୁଇଟି ବାସଭବନ ଖାନତଭଲାସ କରିଥିବାବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଚଳିତମାସ ୧୮ ସୁଦ୍ଧା ହାଜର ହେବାକୁ ପୁଲିସ ପକ୍ଷରୁ ଜାରି କରାଯାଇଥିବା ଏକ ନୋଟିସକୁ ମନ୍ତ୍ରୀଙ୍କ ବାସଭବନ ଫାଟକରେ ଝୁଲାଇ ଦିଆଯାଇଛିି ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଘନିଷ୍ଠ କୁହାଯାଉଥିବା ମହେଶ ଜୋଷୀଙ୍କ ପୁଅ ରୋହିତଙ୍କ ସହ ଗତବର୍ଷ ଜଣେ ୨୩ ବର୍ଷୀୟା ଯୁବତୀଙ୍କର ଫେସ୍‌ବୁକ୍‌ରେ ପ୍ରେମସମ୍ପର୍କ ସ୍ଥାପନ ହୋଇଥିଲା । ବିବାହ ପ୍ରତିଶ୍ରୁତି ଦେଇ ରୋହିତ ୨୦୨୧ ଜାନୁଆରୀ ୮ରୁ ୨୦୨୨ ଏପ୍ରିଲ ୧୭ ମଧ୍ୟରେ ଉକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ତାଙ୍କୁ ଗର୍ଭବତୀ କରାଇଥିଲେ । ଏପରିକି ଗର୍ଭପାତ ପାଇଁ ରୋହିତ ତାଙ୍କୁ ବାଧ୍ୟ କରିଥିବା ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛି । ରୋହିତ ବିବାହ ପ୍ରତିଶ୍ରୁତିରୁ ଓହରିଯିବାପରେ ସଂପୃକ୍ତ ଯୁବତୀ ଦିଲ୍ଲୀର ସଦର ବଜାର ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking