32.1 C
Bhubaneswar
Tuesday, April 23, 2024
Homeଓଡିଶାଓପିଟିସିଏଲ ଡିଜିଏମ ଙ୍କୁ ୫ ବର୍ଷ ଜେଲ

ଓପିଟିସିଏଲ ଡିଜିଏମ ଙ୍କୁ ୫ ବର୍ଷ ଜେଲ

ବାରିପଦା : ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୈାଧୁରୀ ଙ୍କୁ ୫ ବର୍ଷ ସଜା । ୨୦୧୭ ରେ ୩ ହଜାର ଟଙ୍କା ଲାଂଚ ନେବା ମାମଲାରେ ଦଣ୍ଡାଦେଶ ।ଦଣ୍ଡା ଦେଶ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । କୌଣସି ଭିଜିଲାନ୍ସ ମାମଲାରେ ୫ ବର୍ଷ ଜେଲଦଣ୍ଡ ମିଳିବା ରାଜ୍ୟରେ ସମ୍ଭବତଃ ପ୍ରଥମ ଘଟଣା ବୋଲି ସରକାରୀ ଓକିଲ ସୌରାଜ୍ୟ କୁମାର ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରିପଦାର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଓପିଟିସିଏଲ୍ ଡିଜିଏମ ଯଶୋବନ୍ତ ନାରାୟଣ ଚୌଧୁରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଯଶୋବନ୍ତ ବାରିପଦା ଓପିଟିସିଏଲର ଡିଜିଏମ୍ ଭାବେ କାମ କରୁଥିବା ବେଳେ ଅଫିସରେ ଗାଡ଼ି ଭଡ଼ାରେ ଲାଗୁଥିଲା। ୨୦୧୭ ମସିହା ଅକ୍ଟୋବର ୨୪ ତାରିଖରେ ସେ ଭଡ଼ା ଗାଡ଼ିର ବିଲ୍ କରାଇ ଦେବା ପାଇଁ ଜଣେ ମାଲିକଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭଡ଼ାରେ ଗାଡ଼ି ଲଗାଇଥିବା କାର୍ତ୍ତିକେଶ୍ୱର ଦତ୍ତ ଆପତ୍ତି ଉଠାଇଥିଲେ। ଓପିଟିଏସ୍ଲରେ ଭଡ଼ାରେ ଲାଗିଥିବା ଗାଡ଼ିର ମାଲିକାନା ପ୍ରକୃତରେ କାର୍ତ୍ତିକେଶ୍ୱରଙ୍କ ଭଉଣୀଙ୍କ ନାଁରେ ରହିଥିଲା। ଭଉଣୀ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ସେ ଭାଇ କାର୍ତ୍ତିକେଶ୍ୱରଙ୍କୁ ଗାଡ଼ି କଥା ବୁଝିବାକୁ ଅନୁମତି ଦେଇଥିଲେ। ଏଥିପାଇଁ କାର୍ତ୍ତିକେଶ୍ୱର ଓପିଟିସିଏଲ୍ରେ ଗାଡ଼ି ଭଡ଼ାରେ ଲଗାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking