26.1 C
Bhubaneswar
Saturday, September 21, 2024
Homeଅପରାଧବାପାକୁ ବଳିଦେବା ପାଇଁ ତନ୍ତ୍ରପୂଜା କଲା ପୁଅ

ବାପାକୁ ବଳିଦେବା ପାଇଁ ତନ୍ତ୍ରପୂଜା କଲା ପୁଅ

କଲମପୁର : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ଫାଣ୍ଡି ଅନ୍ତର୍ଗତ ବେଲପଡ଼ାଠାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗୁପ୍ତଧନ (ସୁନାରୁପା ଭଳି ମୂଲ୍ୟବାନ ଧାତୁ ଭର୍ତ୍ତି ହଣ୍ଡା) ପାଇବା ଆଶାରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ନିଜ ବାପାଙ୍କୁ ବଳିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଗ୍ରାମରକ୍ଷୀ ଲହୁଲୁହାଣ ହୋଇଛନ୍ତି। ବେଲପଡ଼ାର ବଳଦେବ ଭୋଇଙ୍କ ପୁଅ ଲିଙ୍ଗରାଜ ଭୋଇ କିଛିବର୍ଷ ପୂର୍ବରୁ ମାନସିକ ବିକାରଗ୍ରସ୍ତ ହୋଇଥିଲେ। ଅନେକ ଉଦ୍ୟମ ସତ୍ତ୍ବେ ସେ ସୁସ୍ଥ ହୋଇପାରି ନ ଥିଲେ। ଶୁକ୍ରବାର ରାଜପୁର ଗ୍ରାମର ତନ୍ତ୍ର ସାଧକ ଚିତ୍ରସେନ ରଣାଙ୍କ ସହ ମିଶି ଗୁପ୍ତଧନ ପାଇବା ଆଶାରେ ପୂଜାପାଠ ଆୟୋଜନ କରିଥିଲେ।

ଏଥିରେ ସଫଳ ହେବାପାଇଁ ନରବଳି ଦେବାକୁ ପଡ଼ିବ ବୋଲି ଲିଙ୍ଗରାଜଙ୍କୁ କୁଆଡ଼େ ଚିତ୍ରସେନ କହିଥିଲେ। ଲିଙ୍ଗରାଜ ନିଜ ବାପାଙ୍କୁ ବଳି ଦେବାକୁ ସ୍ଥିର କରିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ବଳଦେବଙ୍କୁ ଉଦ୍ଧାର କରାଯାଉଥିବାବେଳେ ଲିଙ୍ଗରାଜ ପୁଲିସକୁ ଆକ୍ରମଣ କରିଥିଲେ। ଏଥିରେ ଗ୍ରାମରକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଛନ୍ତି। ଜୟପାଟଣା ଥାନା ଏସଆଇ ବିନୟ ବାରାଳ, ଏସଏନ ପାତ୍ର, ନୀତି ଚତୁର୍ବେଦୀ, କଲମପୁର ଫାଣ୍ଡି ଅଧିକାରୀ ବିପିନ କିଶୋର ଝରିଆ, ଚକାଡୋଳା ବାଗ ପୁଲିସ ଫୋର୍ସ ସହ ବଳଦେବକୁ ଉଦ୍ଧାର କରିବା ସହ ଚିତ୍ରସେନ ଓ ଲିଙ୍ଗରାଜଙ୍କୁ କାବୁ କରିଥିଲେ। ଉଭୟଙ୍କୁ ଜୟପାଟଣା ଥାନାକୁ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking