28.1 C
Bhubaneswar
Thursday, March 28, 2024
Homeଅପରାଧପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ

ମୟୂରଭଞ୍ଜ: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ । ମୟୂରଭଞ୍ଜ ଝାରପୋଖରିଆ ଥାନା ପାଣ୍ଡରା ଗାଁରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ । ମୃତକ ହେଲେ ଅଞ୍ଜଳି ସିଂ। ଅଭିଯୁକ୍ତ ନିଶାଶକ୍ତ ସ୍ବାମୀ କାହ୍ନୁ ସିଂ । ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ନିଶାସକ୍ତ ସ୍ବାମୀ କାହ୍ନୁ ପତ୍ନୀ ଅଞ୍ଜଳିକୁ ନୃଶଂସ ଭାବେ ମାଡ଼ ମାରି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

କିନ୍ତୁ ପତ୍ନୀହନ୍ତା କାହ୍ନୁ ସିଂର କହିବା କଥା, କାମରୁ ଫେରିବା ବେଳକୁ ସ୍ତ୍ରୀ ଘରେ ନଥିଲା । ଅସଞ୍ଜତ ଅବସ୍ଥାରେ ଦେଖିବା ପରେ ରାଗିଯାଇ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ କଚାଡ଼ି ଦେଇଥିଲା । ଫଳରେ କାହ୍ନୁଙ୍କ ସ୍ତ୍ରୀ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା । କାହ୍ନୁ ଓ ଅଞ୍ଜଳୀଙ୍କର ୨ ସନ୍ତାନ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଏଥିସହ ମୃତ ସ୍ତ୍ରୀ ଅଞ୍ଜଳିର ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ରଘୁନାଥ ମୁର୍ମୁ ମେଡ଼ିକାଲକୁ ପଠାଯାଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ଘଟଣାର ତଦନ୍ତ କରିବ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking