27.1 C
Bhubaneswar
Saturday, March 15, 2025
Homeଅପରାଧ୯ ଆନ୍ତଃଜିଲ୍ଲା ଡକାୟତ ଦଳ କାବୁ କଲା ପୁଲିସ

୯ ଆନ୍ତଃଜିଲ୍ଲା ଡକାୟତ ଦଳ କାବୁ କଲା ପୁଲିସ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ ଏକ ଆନ୍ତଃ ଜିଲ୍ଲା ଗାଡି ଚୋରି ଡକାୟତ ଦଳକୁ ଗିରଫ କରିଛି । ସୂଚନାରୁ ପ୍ରକାଶ ଯେ, କେସିଙ୍ଗା ଆଦର୍ଶ ଥାନା ଅନ୍ତର୍ଗତ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଂହର ପାଟ୍ରୋଲିଂ କରୁଥିବା ସମୟରେ କିଛି ଯୁବକଙ୍କୁ ସନ୍ଦେହ କରି ଅଟକ ରଖି ପଚାରଉଚରା କରିବାରୁ ସେମାନେ କେସିଙ୍ଗା, ଜୁନାଗଡ଼, କୋରାପୁଟ ଓ ଅନ୍ୟାନ୍ୟ ସହରର ବିଭିନ୍ନ ଗାଡ଼ି ଚୋରି ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିଥିଲା । ସେମାନେ ଘର ଆଗରେ ଠିଆହୋଇଥିବା ଗାଡି କିମ୍ବା ନିଛାଟିଆ ସ୍ଥାନରେ ଥିବା ଗାଡିକୁ ଟାର୍ଗେଟ କରୁଥିବା ମାନିଥିଲେ । ଉକ୍ତ ଗାଡି ସଙ୍ଗେ ସଙ୍ଗେ କାଟି ସ୍କ୍ରପ ମାଧ୍ୟମରେ ବିକ୍ରୟ କରିଆସୁଥିଲେ । ଉକ୍ତ ଗାଡି ଡକାୟତି ପାଖରୁ ୧୦ ଟି ବିଭିନ୍ନ କମ୍ପାନୀର ବାଇକ୍‌, ୧ ବୋଲେରୋ, ୧ ପିକ୍‌ଅପ୍ ଭ୍ୟାନ, ୪ଟି ମୋବାଇଲ ଆଦି ଜବତ ହୋଇଛି ।

ଗିରଫ ଡକାୟତମାନେ ହେଲେ ଭବାନୀପାଟଣାର କର୍ଲପଡା ଥାନା ଗଜେନ୍ଦ୍ର କୁମାର, ଶକ୍ତି ନଗରପଡା କିତ ମଝି , ଘୁଗୁରପଲା ଥାନା ଟଙ୍କଧର ବିଶି, ମାଝି ମଠାର ନେପାଳ ମାଝୀ, ଝାର କୁସୁମଖୁଟି ସଦର ବିକ୍ରମ ମାଝୀ, ଘୁଗୁରପଲା ସଦର କୁଶ ନାଏକ, ବିଶ୍ୱଜିତ ରହିଦାଶ ଚନ୍ଦାବନ ଭାଟି ଥାନା ବଲାଙ୍ଗିର, ମହମ୍ମଦ ଇବାର ଖାନ ଲୁଇସିଙ୍ଗା ବଲାଙ୍ଗିର, ଭବାନୀପାଟଣା ଇରିଗେସନ କଲୋନୀର ଶମ୍ଭୁ ଦୁର୍ଗା, ସୁରେନ୍ଦ୍ର ମେହେର । ସେମାନଙ୍କର ମାଷ୍ଟରମାଇଣ୍ଡ ହେଲେ ଦୁଇ ଚକିଆ ଗାଡି ପାଇଁ ଟଙ୍କଧର ଓ ଚାରି ଚକିଆ ପାଇଁ କେତନ ମାଝୀ ଓ କବାଡୀ ଅର୍ଷଦ ଅହମ୍ମଦ ଗାଡିକୁ କାଟି ସଙ୍ଗେ ସଙ୍ଗେ ସ୍କ୍ରପ୍ ମାଧ୍ୟମରେ ବିକ୍ରୟ କରୁଥିଲେ ବୋଲି ଏସ୍‌ଡିପିଓ ଶ୍ରୀ ସୋନକର ସୂଚନା ଦେଇଛନ୍ତି । କେସିଙ୍ଗା ଆଇଆଇସି ସତ୍ୟକୁମାର ନନ୍ଦ, ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଂହର, କେ ଗାଁ ଥାନା ଆଇ ଆଇ ସି ମନୋରଞ୍ଜନ କୁମ୍ଭାର ଓ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ପ୍ରମୁଖ ଚଢ଼ଉରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking